Naveen Mohan Charan Majhi wish Jay Dholkia. Photograph: (sambad.in)
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ନୂଆପଡ଼ାର ବିକାଶ କରିବେ ବୋଲି ଆଶା କରୁଛି। ଏଥି ସହିତ ନବୀନ କହିଛନ୍ତି, ନୂଆପଡ଼ା ନିର୍ବାଚନରେ ଯେଉଁମାନେ କଠୋର ପରିଶ୍ରମ କରିଛନ୍ତି, ଦଳର ନେତା, କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି, ସେମାନେ ଭଲ କାମ କରିଛନ୍ତି। ନବୀନ କହିଛନ୍ତି ନିର୍ବାଚନ ଆସିବ ଏବଂ ଯିବ। କିନ୍ତୁ ଆମର ମୂଲ୍ୟ ଏବଂ ଲୋକଙ୍କର ଭଲ ପାଇବା ସବୁବେଳେ ମନ ରହିବ। ଆମ ଦଳ ବିଜୁବାବୁଙ୍କ ଦ୍ବାରା ଅନୁପ୍ରାଣିତ। ଓଡ଼ିଶାର ଲୋକଙ୍କ ଅଧିକାର ପାଇଁ ଆମର ଲଢ଼େଇ ଜାରି ରହିବ।
ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି। ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି। ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ଏହା ପୁଣି ୧୧ ବର୍ଷ ପରେ। ନୂଆପଡ଼ାର ଜନତା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ବିପୁଳ ଭୋଟ୍ ଦେଇଛନ୍ତି। ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଶୋଭାଯାତ୍ରା କରିଛନ୍ତି। ସେ ଖରିଆର ରୋଡ୍ରେ ନିଜ ପରିବାର ଏବଂ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।
ନୂଆପଡ଼ାରେ କାହାକୁ କେତେ ଭୋଟ୍ ମିଳିଲା
- ଜୟ ଢୋଲକିଆ (ବିଜେପି): ୧,୨୩,୮୬୯
- ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧
- ସ୍ନେହାଙ୍ଗିନୀ ଛୁରିଆ (ବିଜେଡି): ୩୮,୪୦୮
- ଲୋଚନ ସିଂହ ମାଝୀ (ସ୍ବାଧୀନ): ୨,୧୩୭
- ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ବାଧୀନ): ୧,୩୨୨
- କିଶୋର କୁମାର ବାଗ (ସ୍ବାଧୀନ): ୭୪୩
- ଭୁବନଲାଲ ସାହୁ (ସ୍ବାଧୀନ): ୭୨୧
- ହେମନ୍ତ ତାଣ୍ଡି (ସ୍ବାଧୀନ): ୬୬୨
- ଚକ୍ରାନ୍ତ ଜେନା (ସ୍ବାଧୀନ): ୫୨୯
- ଭକ୍ତବନ୍ଧୁ ଧରୁଆ (ସ୍ବାଧୀନ): ୫୧୧
- ରମାକାନ୍ତ ହାତୀ (ସମାଜବାଦୀ ପାର୍ଟି): ୪୮୯
- ନୀତା ବାଗ (ସ୍ବାଧୀନ): ୫୨୯
- ଆଶ୍ରୟ ମହାନନ୍ଦ (ସ୍ବାଧୀନ): ୧୯୧
- ସୁକଧର ଦଣ୍ଡସେନା (ଓଡ଼ିଶା ଜନତା ପାର୍ଟି): ୧୬୭
ଆହୁରି ପଢ଼ନ୍ତୁ: Nuapada Election, BJD Rejected By Voters: ନୂଆପଡ଼ାରେ ଫସିଗଲେ ଅତାବିରା ଅତିଥି: ମୁହଁ ମୋଡ଼ିଦେଲେ ମାମୁଘର ଭୋଟର… ବିଜେଡ଼ି ସାଜିଲା ୩ ନମ୍ବର…
ବିଜେପି ଶିବିରରେ ଉତ୍ସାହ
ନୂଆପଡ଼ା ନିର୍ବାଚନରେ ବିଜୟ ହାସଲ କରିବା ପରେ ଓଡ଼ିଶା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚିଛି। ଅନ୍ୟପଟରେ ବିଜେଡିର ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି। ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି। ନୂଆପଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ନେତା, କର୍ମୀ ଉତ୍ସାହିତ ଅଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଘରେ ବିଜୟର ମାହୋଲ ଦେଖାଯାଇଛି। ନୂଆପଡ଼ାକୁ ନେଇ ଚର୍ଚ୍ଚା ହେଉଛି।
Follow Us