ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାରେ ଆନ୍ତରିକତା ନାହିଁ। ଯଦି ପ୍ରକୃତରେ ତାଙ୍କର ଆନ୍ତରିକତା ଅଛି, ତା ହେଲେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ କେନ୍ଦ୍ରରେ ଚାପ ସୃଷ୍ଟି କରନ୍ତୁ। କେନ୍ଦ୍ରମନ୍ତ୍ରୀ ନିର୍ମାଣ ବନ୍ଦ କରିବାକୁ ଛତିଶଗଡ଼କୁ କୁହନ୍ତୁ ବୋଲି ବିଜେଡିର ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମହାନଦୀ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭୂମିକା ସ୍ପଷ୍ଟ ହେବା ଉଚିତ। ମହାନଦୀ ସମସ୍ୟା ରକେଟ ସାଇନ୍ସ ନୁହେଁ ଯେ, ଜନତା ବୁଝିବେ। ଜନତାଙ୍କ ପକ୍ଷରୁ ବିଜେଡି ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି। କେନ୍ଦ୍ର ସରକାର ଛତିଶଗଡ଼ ବିରୋଧରେ କଠୋର ଆଭିମୁଖ୍ୟ ନେଇ ନାହାନ୍ତି। ମହାନଦୀ ନେଇ କେନ୍ଦ୍ରର ଆଭିମୁଖ୍ୟ କାହାକୁ ଅଛପା ନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ନେଇ ସୌମ୍ୟରଂଜନ ମତ ରଖିଛନ୍ତି ଯେ, ଧର୍ମେନ୍ଦ୍ର କହିଥିବା କଥା ଆମେ ଅଢେଇ ବର୍ଷ ତଳୁ କହିଆସୁଛୁ। ସେ କହିଛନ୍ତି, ବିଜେପିର ଆଭିମୁଖ୍ୟ ବଦଳିବା ପଛରେ ବିଜେଡିର ଭୂମିକା ରହିଛି।
ମହାନଦୀ ପ୍ରସଙ୍ଗରେ ସୌମ୍ୟରଂଜନ କହିଲେ- ଧର୍ମେନ୍ଦ୍ରଙ୍କ କଥାରେ ଆନ୍ତରିକତା ନାହିଁ
Advertisment
Follow Us