ଭଦ୍ରକ (ହରିହର ନାୟକ): କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ବର୍ଷିଛନ୍ତି। ସେ ଚାରୋଟି ଶ୍ରମ କୋର୍ଡ ବାତିଲ, ସ୍କିମ୍ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଓ ବର୍ଷ ସାରା କାମ, ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଓ ପେନସନ, ୱାକଫ ବିଲ୍ ବାତିଲ, ଜୀଦରଦାମ୍ ନିୟନ୍ତ୍ରଣ ଆଦି ଅନ୍ୟାନ୍ୟ ଦାବିକୁ ନେଇ ଆସନ୍ତା ୧୨ ଫେବ୍ରୁଆରି ତାରିଖରେ ଶ୍ରମିକ ଅଧିକାର, ସୁରକ୍ଷା ଓ ଜୀବିକାର ମୂଳ ଦାବିଗୁଡ଼ିକୁ କେନ୍ଦ୍ର କରି ଆୟୋଜିତ ହେବାକୁ ଯାଉଥିବା ଗଣତାନ୍ତ୍ରିକ ବିକ୍ଷୋଭ ଓ ଗଣଧାରଣା କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପୂର୍ଣ୍ଣ ସମର୍ଥନ ଜଣାଉଛି ବୋଲି କହିଛନ୍ତି। ଏହି ଆନ୍ଦୋଳନ କେବଳ ଦାବି ନୁହେଁ, ଏହା ଶ୍ରମିକଙ୍କ ସମ୍ମାନ, ସୁରକ୍ଷା ଓ ନ୍ୟାୟ ସଂଗତ ଅଧିକାର ପାଇଁ ଏକ ସଂଘର୍ଷର ସ୍ୱର।
ବିଜେଡି ନେତା ଶ୍ରୀ ସାମଲ କହିଛନ୍ତି ଯେ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସଦା ସର୍ବଦା ଶ୍ରମିକ ଭାଇଭଉଣୀମାନଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛି ଓ ଆଗାମୀ ଦିନରେ ମଧ୍ୟ ସେହି ଦୃଢ଼ ପ୍ରତିବଦ୍ଧତା ଅବ୍ୟାହତ ରହିବ। ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରମିକ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଶ୍ରମ ସମ୍ମାନ ସଦା ଆମର ପ୍ରାଥମିକତା ରହିଆସିଛି। ଶ୍ରମିକଙ୍କ ଶ୍ରମରେ ରାଜ୍ୟର ଉନ୍ନତିର ଭିତ୍ତି ଗଢ଼ିଉଠିଥିଲା।
ଆହୁରି ପଢ଼ନ୍ତୁ: Ex-Army Chief Breaks Silence: ଆତ୍ମଜୀବନୀକୁ ନେଇ ବିବାଦ ମଧ୍ୟରେ ନୀରବତା ଭାଙ୍ଗିଲେ ପୂର୍ବତନ ସେନା ମୁଖ୍ୟ
ସେହିପରି ତାଙ୍କର ଅଧିକାର ସୁରକ୍ଷା କରିବା ସରକାରଙ୍କର ନୈତିକ ଦାୟିତ୍ୱ। ଆମେ ସ୍ପଷ୍ଟ କରି କହୁଛୁ ଶ୍ରମିକଙ୍କ ନ୍ୟାୟସଂଗତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିଜୁ ଶ୍ରମିକ ସାମ୍ମୁଖ୍ୟ ତାଙ୍କ ପାଖରେ ଅବିଚଳ ଭାବେ ରହିବ। ଗଣତନ୍ତ୍ରରେ ଆନ୍ଦୋଳନ ହେଉଛି ଲୋକଙ୍କ ସ୍ୱରର ସବୁଠୁ ଶକ୍ତିଶାଳୀ ମାଧ୍ୟମ, ଏବଂ ଏହି ଲୋକଙ୍କ ସ୍ୱରକୁ ସମ୍ମାନ ଦେବା ଦାୟିତ୍ୱ ସରକାର ଓ ପ୍ରଶାସନର ଉପରେ ରହିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଓଡ଼ିଶା ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/10/untitled-28jpg-2026-02-10-19-10-13.jpeg)