ସ୍ମୃତି ଇରାନୀଙ୍କ ବକ୍ତବ୍ୟ ତଥ୍ୟହୀନ ଓ କୁମ୍ଭୀରକାନ୍ଦଣା: ବିଜେଡି

Advertisment
ସ୍ମୃତି ଇରାନୀଙ୍କ ବକ୍ତବ୍ୟ ତଥ୍ୟହୀନ ଓ କୁମ୍ଭୀରକାନ୍ଦଣା: ବିଜେଡି

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲା ପରେ ତାହାର ଜବାବ ଦେଇଛି ବିଜେଡି। କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ବରରେ କୁମ୍ଭୀର କାନ୍ଦଣା କାନ୍ଦି କପୋଳକଳ୍ପିତ ଓ ତଥ୍ୟହୀନ ମତ ଉପସ୍ଥାପନ କରିଛନ୍ତି। ୨୦୧୯ ନିର୍ବାଚନରେ ପରାଜୟର ଗନ୍ଧ ବାରୁଥିବା ବିଜେପି କେନ୍ଦ୍ର ମନ୍ତ୍ରୀମାନଙ୍କୁ ତଥ୍ୟହୀନ ବକ୍ତବ୍ୟ ଦେବା ପାଇଁ ବୋଧେ ‌ଜୋର୍ ଦେଉଛି ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି।

ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ କୌଣସି ତଥ୍ୟ ନ ପାଇ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇବାର ବ୍ୟବସ୍ଥାର ଥିବାରୁ ଜଣେ ମହିଳା ନେତ୍ରୀ ଭାବେ ଶ୍ରୀମତୀ ଇରାନୀ ଏହାକୁ ସ୍ବାଗତ କରିବାର ଥିଲା। ସେ ରାଜ୍ୟ ଯୋଜନା ବିଷୟରେ ଭଲ ଭାବେ ଅବଗତ ହୋଇ ବକ୍ତବ୍ୟ ଦେବା ଆବଶ୍ୟକ। ସେହିପରି ପେଟ୍ରୋଲ ଓ ଡିଜେଲ୍ ଉପରୁ ଭ୍ୟାଟ୍ କମାଇବା ପାଇଁ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୨୦୧୪ ମସିହା ସ୍ତରକୁ ଆଣିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଭ୍ୟାଟ୍ ସ୍ତର ଯଥେଷ୍ଟ କମ୍, ତାହା କେନ୍ଦ୍ର ମନ୍ତ୍ରୀ ବୋଧେ ଜାଣି ନାହାନ୍ତି।

ଶ୍ରୀ ପାତ୍ର ଆହୁରି କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ମହିଳା ସୁରକ୍ଷିତ ନାହାନ୍ତି କହିବା ପୂର୍ବରୁ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ଦୟନୀୟ ସ୍ଥିତି ଉପରେ ଦୃଷ୍ଟିପାତ କରନ୍ତୁ। ଓଡ଼ିଶାରେ ମହିଳାମାନଙ୍କୁ ସମାଜରେ ଏକ ଅଗ୍ରଣୀ ଭୂମିକାରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଗତ ସାଢ଼େ ଚାରି ବର୍ଷ ଭିତରେ ବୟନ ଶିଳ୍ପ କ୍ଷେତ୍ରରେ ରାଜ୍ୟରେ କେନ୍ଦ୍ର ସରକାର ଗୋଟିଏ ଟଙ୍କା ନିବେଶ କରି ନ ଥିଲା ବେଳେ ଓଟିଏମ୍‌ ପୁନରୁଦ୍ଧାର ପାଇଁ ମନ୍ତ୍ରୀ ବାହାସ୍ଫୋଟ ମାରିବା କଟା ଘା’ରେ ଚୂନ ଲଗାଇବା ସଦୃଶ। ବିଜେଡି ସରକାର ବୟନଶିଳ୍ପ ଉତ୍ପାଦନ ଉପରେ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ଦାବି କରିଆସୁଥିଲା ‌େବ‌େଳ ଏହାକୁ କେନ୍ଦ୍ର ସରକାର ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ତେଣୁ କେନ୍ଦ୍ର ମନ୍ତ୍ରୀ କାରିଗରଙ୍କ କଥା ନ ବୁଝି ଏଠି ଶସ୍ତା ରାଜନୀତି କରୁଛନ୍ତି ବୋଲି ବି‌େଜଡି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe