ଭୁବନେଶ୍ବର: ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ପରିଚାଳିତ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ୫୦୦ ଦିନ ଅତିକ୍ରମ କରିଛି। ବିଜୁ ଜନତା ଦଳ (ବିଜେଡି) ଏହି ୫୦୦ ଦିନ ପୂର୍ତ୍ତିକୁ ବିଫଳ ସରକାର ବୋଲି କହିବା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଟାର୍ଗେଟ କରିଛି। ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ପ୍ରତିଟି କ୍ଷେତ୍ରରେ ବିଫଳ ହୋଇଛନ୍ତି।
ପ୍ରଭାତୀଙ୍କୁ ଲେନିନଙ୍କ ଟାର୍ଗେଟ୍
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହୁଛନ୍ତି ୧୭ ଲକ୍ଷ ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରିଦେଇଛନ୍ତି। ହେଲେ ତାହାର ଦୁଇ ମାସ ପରେ ପାର୍ଲାମେଣ୍ଟରେ ୭ ଲକ୍ଷ ୮୦ ହଜାର ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରିଛନ୍ତି ବୋଲି ଉତ୍ତର ଦେଇଛନ୍ତି। ଏ ସରକାର ମିଛୁଆ ସରକାର। ଏ ସରକାର ଆସୁ ଆସୁ ବଡ଼ ଠାକୁରଙ୍କୁ ପକେଇଦେଲେ। ତାର ରିପୋର୍ଟ ଏଯାଏଁ ଆସି ପାରି ନାହିଁ। ଏ ସରକାରରେ ମହାଦୀପ ଉଠିବା ବେଳେ ଅଘଟଣ ଘଟିଲା। ସେ ରିପୋର୍ଟ ଆସିପାରିଲା ନାହିଁ। ବାଲେଶ୍ବର କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତାଙ୍କୁ ନ୍ୟାୟ ମିଳିଲାନି। ଏ ସରକାର ବିଜୁ ବାବୁଙ୍କ ମୂର୍ତ୍ତିରେ ନିଆଁ ଲଗାଇଥିଲା। ଚିଟ ଫଣ୍ଡ ଟଙ୍କା ଅନ୍ଲାଇନ୍ରେ ୨୪ ଘଣ୍ଟା ଭିତରେ ଆସିବ ବୋଲି ମନମୋହନ ସାମଲ କହିଥିଲେ। ହେଲେ ଏଯାଏଁ କରି ପାରିଲେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦୦ ୟୁନିନ୍ ବିଦ୍ୟୁତ୍ ଦେବେ ବୋଲି ଧର୍ମେନ୍ଦ୍ର କହିଥିଲେ। ହେଲେ ଏଯାଏଁ ଦେଲେ ନାହିଁ। ଚାଷୀଙ୍କୁ ସାର ଯୋଗାଇପାରିଲେ ନାହିଁ। ଓଡ଼ିଶାର ଅର୍ଥନୀତି ତିନି ଦଶନ୍ଧି ତଳକୁ ଚାଲି ଗଲାଣି। ଋଣ ଭାର ୧୬ ମାସ ଭିତରେ ୯୧ ହଜାର କୋଟିରେ ପହଞ୍ଚି ଗଲାଣି ଖୋଲା ବଜାରରୁ ଋଣ ଆଣୁଛନ୍ତି। ୧୬ ମାସ ଭିତରେ ୧୬ଟି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ମହା ଦୁର୍ନୀତି ହୋଇଛି। ଶାନ୍ତି ପ୍ରିୟ ଓଡ଼ିଶାରେ କର୍ଫ୍ୟୁ ଲାଗୁ ହୋଇଛି। କଟକ ଓ ବାଲେଶ୍ୱରରେ ହିଂସାପରିସ୍ଥିତି, ଦୁଷ୍କର୍ମ ଓ ହତ୍ୟା ମାମଲା ବଢିଛି। ଏ ସରକାର ବିଗତ ୫୦୦ ଦିନରେ ପ୍ରମାଣିତ କରିଛି ଏଠି ମହିଳା ସୁରକ୍ଷିତ ନୁହନ୍ତି। ସମସ୍ତେ ହଇରାଣ ହେଉଛନ୍ତି।
ଆହୁରି ପଢ଼ନ୍ତୁ: Maoists Kill Villagers: ପୁଣି ହିଂସା ମାର୍ଗରେ ମାଓବାଦୀ; ୨ ଗ୍ରାମବାସୀଙ୍କୁ କଲେ ହତ୍ୟା
ଉପମୁଖ୍ୟମନ୍ତ୍ରୀଙ୍କୁ ସୁଲତା ଦେଓଙ୍କ ଆକ୍ରମଣ
ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ମିଛ କହିବା ବିଜେପିର ରକ୍ତରେ ଅଛି। ସଂସଦରେ ତଥ୍ୟ ରଖିଛନ୍ତି ୭ ଲକ୍ଷ ୮୦ ହଜାର ଲକ୍ଷପତି ଦିଦି ରାଜ୍ୟରେ ସୃଷ୍ଟି ହୋଇଛନ୍ତି। ଏପଟେ ଉପମୁଖ୍ୟମନ୍ତ୍ରୀ ନୂଆପଡ଼ାରେ କହୁଛନ୍ତି ୧୭ ଲକ୍ଷ ଲକ୍ଷପତି ଦିଦି କରିଛନ୍ତି। କେଉଁଟା ସତ ଏବଂ କେଉଁଟା ମିଛି। ଆପଣଙ୍କୁ ପ୍ରାର୍ଥୀ ମିଳିଲା ନାହିଁ ବୋଲି ପ୍ରାର୍ଥୀ ଚୋରି କଲେ। ନୂଆପଡ଼ାବାସୀଙ୍କୁ ବୋକା ବନାନ୍ତୁନି। ବିଜେପି ସରକାର କିଛି କରି ନାହିଁ। ଖାଲି ରଙ୍ଗ ବଦଳାଉଛନ୍ତି। ନୂଆପଡ଼ାବାସୀ ଉଚିତ ଜବାବ ଦେବେ।
ଆହୁରି ପଢ଼ନ୍ତୁ: Cyclone 'Montha' news: ୩୦ତାରିଖ ଯାଏ ଲାଗି ରହିବ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/25/bjp-bjd-2025-10-25-17-48-15.jpg)