‘ଏକକାଳୀନ ନିର୍ବାଚନ ପରିକଳ୍ପନା ନବୀନଙ୍କର’ : ୧୦ରେ ଲ’ କମିସନ୍‌ଙ୍କ ସାମ୍ନାରେ ପକ୍ଷ ରଖିବ ବିଜେଡି

Advertisment
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର : ସାରା ଦେଶରେ ଏକକାଳୀନ ନିର୍ବାଚନ ନେଇ ତର୍କବିତର୍କ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଦେଇଥିବା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍‌କାଳ ସମ୍ମତି ପ୍ରକାଶ କରିଥିଲେ। ବିଜେଡି ପକ୍ଷରୁ ଯୁକ୍ତି ରଖାଯାଇଛି, ଏକକାଳୀନ ନିର୍ବାଚନ ପ୍ରସ୍ତାବ ଏବେକାର ନୁହେଁ। ୧୪ ବର୍ଷ ତଳୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମେ ଏମିତି ପରିକଳ୍ପନା କରିଥିଲେ। ଆସନ୍ତା ୧୦ ତାରିଖରେ ଲ’ କମିସନ୍‌ଙ୍କ ସାମ୍ନାରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ବିଜେଡି ତା’ର ପକ୍ଷ ରଖିବ। ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ପକ୍ଷ ରଖିବେ। ଆଜି ଗଣମାଧ୍ୟମକୁ ଶ୍ରୀ ମିଶ୍ର କହିଛନ୍ତି, ବିଜେଡି ପକ୍ଷରୁ ଲ’ କମିସନ୍‌ଙ୍କୁ ଲିଖିତ ମତ ଦିଆଯିବ। ଏହି ଚିନ୍ତାଧାରା ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଥିଲା। ସେ କେବଳ ପରିକଳ୍ପନା କରି ନ ଥିଲେ, ବରଂ ୨୦୦୪ରେ କାର୍ଯ୍ୟକାରୀ ବି କରିଥିଲେ। ଏହା ତାଙ୍କର ସାହସିକ ପଦକ୍ଷେପ ଥିଲା। ଓଡ଼ିଶାରେ ସାଧାରଣ ନିର୍ବାଚନ ୨୦୦୫ ଫେବ୍ରୁଆରି/ମାର୍ଚ୍ଚରେ ହେବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଥମ ପାଳିର ଗୋଟିଏ ବର୍ଷ ଲୋକଙ୍କ ହିତ ପାଇଁ ଉତ୍ସର୍ଗ କରି ୨୦୦୪ରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ସୁପାରିସ୍‌ କରିଥିଲେ। ଏପରି ଉଦାହରଣ ଦେଶରେ ବିରଳ। ଏକକାଳୀନ ନିର୍ବାଚନ କରାଇଲେ ଦେଶ ପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ଲାଭଜନକ ହେବ। ବହୁ ସମୟ ଧରି ଆଦର୍ଶ ଆଚରଣ ବିଧି ଲାଗୁ ହେବ ନାହିଁ। ଫଳରେ ବିକାଶ କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ଦେଶର ରାଜକୋଷରୁ ଅଯଥା ଖର୍ଚ୍ଚ ମଧ୍ୟ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe