କଟକ : ସୌମ୍ୟରଂଜନ ପଟ୍ଟନାୟକଙ୍କ ଯୋଗଦାନ ବିଜେଡିକୁ ମଜବୁତ କରିବ ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ। ବିଜେଡିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଯୋଗଦାନକୁ ସ୍ୱାଗତ କରି ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ଶ୍ରୀ ପଟ୍ଟନାୟକ କେବଳ ଜଣେ ରାଜନେତା ନୁହନ୍ତି, ରାଜ୍ୟର ଜଣେ ବିଶିଷ୍ଟ ବୁଦ୍ଧିଜୀବୀ, ପ୍ରବୀଣ ସାମ୍ବାଦିକ, ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟକରୁଥିବା ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ। ରକ୍ତଦାନ ଭଳି ଏକ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ଏକ ବିପ୍ଳବରେ ସେ ପରିଣତ କରି ପାରିଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ।
ବିଜେଡି ମଜବୁତ୍ ହେବ: ଦେବାଶିଷ
Advertisment
Follow Us