୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଏଥର ଭଲ ପ୍ରଦର୍ଶନ କରିବ: ନବୀନ ପଟ୍ଟନାୟକ

Advertisment
୨୦୧୪ ନିର୍ବାଚନ ତୁଳନାରେ ବିଜେଡି ଏଥର ଭଲ ପ୍ରଦର୍ଶନ କରିବ: ନବୀନ ପଟ୍ଟନାୟକ

Kanak News

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ୨୦୧୪ ଅପେକ୍ଷା ଭଲ ପ୍ରଦର୍ଶନ କରିବ। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୪ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ଶେଷ ହେବା ପରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ପାଇଁ ମତଦାନ ସରିବା ପରେ ଗଣମାଧ୍ୟମ ସାମ୍ନାରେ ଏଭଳି ଫଳାଫଳକୁ ନେଇ ନବୀନ ଆଶାବାଦୀ ରହିଛନ୍ତି। ଏହାସହ ଏତେ ସଂଖ୍ୟାରେ ଭୋଟର ମତଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନରେ ଆଜି ସନ୍ଧ୍ୟା ୪ଟା ୪୫ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ ୨୦୧୪ରେ ବିଜେଡି ୧୧୭ ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡିକୁ ବିରୋଧୀ ବିଜେପି ଓ କଂଗ୍ରେସ ତୁଳନାରେ ଅଧିକ ଭୋଟ ମିଳିବ ବୋଲି ନବୀନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe