ବିଜେପିରେ ଯୋଗ ଦେଲେ ବିଜେଡିର ଟାଣୁଆ ନେତା

ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଂଗପୁର ସାଂସଦ ବଳଭଦ୍ର ମାଝି, ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ା, ପୂର୍ବତନ ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ। 

malkangiri

ମାଲକାନଗିରି: ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଂଗପୁର ସାଂସଦ ବଳଭଦ୍ର ମାଝି, ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ା, ପୂର୍ବତନ ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ। 

ବିଜେଡିର ଟାଣୁଆ ନେତମାନେ ଆଜି ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି। ଜିଲ୍ଲାରେ ବିଜେଡ଼ିର ସ୍ଥିତି ଠିକ ନଥିବା ଦେଖି ବିଜେପି ପଟେ ଢଳିଛନ୍ତି। ଏମାନେ ହେଲେ ପୂର୍ବତନ ବ୍ଲକ ସଭାପତି ତଥା ଜିଲ୍ଲା ସଂପାଦକ ବିଭାଂଶୁ ରଂଜନ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ବ୍ଲକ ଉପସଭାପତି ବିଦେଶୀ ପ୍ରହରାଜ, ବିଏଲପୁର ସରପଞ୍ଚ ନୀଳକଣ୍ଠ ଝାଲୋ, ସଂଜୟ ବୈରାଗୀ, ମହାଦେବ ଶିଶା,ବିନାଶ ହନ୍ତାଳ ପ୍ରମୁଖ ସାମିଲ ରହିଛନ୍ତି। ଲଗାତାର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳରୁ ନେତା ଓ କର୍ମୀ ବିଜେପି ମୁହାଁ ହେଲେଣି।

ଆଗାମୀ ଦିନରେ କଂଗ୍ରେସ ଓ ବିଜେଡି ଦଳରେ ନେତା ଓ କର୍ମୀ ନିଅଣ୍ଟିଆ ହେବା ନେଇ ଆଶା ଦେଖା ଦେଇଛି। ଜିଲ୍ଲାରେ ବିଜେପିର ସ୍ଥିତି ଧିରେ ଧିରେ ଟାଣ ହେଉଥିବାରୁ ନେତା ଓ କର୍ମୀ ବିଜେପି ହିଁ ଏକ ମାତ୍ର ଦଳ ଭାବେ ଆଗାମୀ ଦିନରେ ମଧ୍ୟ ଓଡିଶାକୁ ଶାସନ କରିବ ବୋଲି ଅନୁମାନ କରି ବିଜେପି ଦଳ ମୁହାଁ ହେଉଛନ୍ତି। ଆଜି ଏହି ନେତାମାନେ ବିଜେପିରେ ସାମିଲ ପରେ ବିଜେପି ଦଳ ଜିଲ୍ଲାରେ ଟାଣୁଆ ହେବ ବୋଲି କୁହାଯାଇଛି।

Malkangiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe