ଦଳକୁ ମଜବୁତ କରିବାକୁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ: ସାରଦା ନାୟକ

Advertisment

ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।

ରାଉରକେଲା: ବାସନ୍ତୀକଲୋନୀ ଡିଏଭି ପୋଖରୀ ନିକଟସ୍ଥ ପଡ଼ିଆରେ ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ବିଜେଡି କୋର୍‌ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଲେ, ନବୀନ ପଟ୍ଟନାୟକ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଏକାଧିକ ଯୋଜନା ଭେଟିଦେଇଥିଲେ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ହେବାସହ ସେମାନେ ବହୁମାତ୍ରାରେ ଉପକୃତ ହେଉଥିଲେ। ଏବେ କିନ୍ତୁ ଓଡ଼ିଶା ସରକାର ଅନେକ ଯୋଜନାକୁ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି। ଏଣୁ ଦଳର ଶକ୍ତି ବୃଦ୍ଧି କରିବାକୁ ହେବ।

publive-image

ରାଜ୍ୟ ସଭ୍ୟ ସଂଗ୍ରହ ଅଭିଯାନର ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ କହିଲେ, ଦଳର ପ୍ରମୁଖ ଅଙ୍ଗ ହେଉଛନ୍ତି ଛାତ୍ରଛାତ୍ରୀ। ସେମାନେ ନିଜର ଦାୟିତ୍ଵ ସମ୍ପାଦନା କଲେ ଦଳ ତା’ର ପୂର୍ବ ଗୌରବ ଫେରିପାଇବ।

ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ପାଇଁ ରାଜ୍ୟରେ ବିକାଶ ଶିଖର ଛୁଇଁଥିଲା। ବିଶ୍ବ ମାନଚିତ୍ରରେ ଓଡ଼ିଶା  ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏମିତିକି ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ହେଲା, ଯଦ୍ବାରା ସମଗ୍ର ବିଶ୍ବ ଓଡ଼ିଶାକୁ ଜାଣିଲା।

-ସାରଦା ପ୍ରସାଦ ନାୟକ, ରାଉରକେଲା ବିଧାୟକ 

ବର୍ତ୍ତମାନର ସରକାର କେବଳ ରଙ୍ଗ ବଦଳାଇବାରେ ମାତିଛନ୍ତି। ଦଳକୁ ଆହୁରି ମଜବୁତ କରିବାକୁ ହେବ। ଛାତ୍ରଛାତ୍ରୀ ଏହି ମହତ୍‌ ଉଦ୍ଦେଶ୍ୟନେଇ ଆଗେଇ ଆସନ୍ତୁ ବୋଲି କହିଥିଲେ। କର୍ମଶାଳାରେ ସାମିଲ ହୋଇଥିବା ରାଉରକେଲା, ସୁନ୍ଦରଗଡ଼, ଦେବଗଡ଼ଝାରସୁଗୁଡ଼ା ଜିଲ୍ଲାର ଛାତ୍ର ନେତା ବକ୍ତବ୍ୟ ରଖିଥିଲେ। ଡିଜିଟାଲ ମାଧ୍ୟମରେ ସଭ୍ୟ ସଂଗ୍ରହ ପକ୍ରିୟା ବାବଦରେ ଶିଖାଇବାସହ ଏହାର ସଦୁପଯୋଗକରି ଅଧିକରୁ ଅଧିକ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ବରିଷ୍ଠ ନେତା ମଙ୍ଗଳା କିସାନ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁବ୍ରତ ତରାଇ, ପ୍ରଫୁଲ୍ଲ ସୁନାନୀ, ବିନୟ ଟପ୍ପୋ, ପ୍ରଦ୍ୟୁମ୍ନ ତ୍ରୀପାଠୀ, ପ୍ରଶାନ୍ତ ସେଠୀ, ରଶ୍ମିବାଳା ମିଶ୍ର, ଏମ୍ମା ଏକ୍କା, ଜୟନ୍ତ ମିଶ୍ର, କମଲ ଲାକ୍ରା, ସନ୍ଧ୍ୟା ଲାକ୍ରା, ଜ୍ୟୋସ୍ନା ନାୟକ, ଆର୍ତ୍ତ ମହାରଣା, ଗଗନ ପଣ୍ଡା ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe