ଭୀମା-କୋରେଗାଓ ହିଂସା: ବିଜେପି କହିଲା, ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି କଂଗ୍ରେସ

ଭୀମା-କୋରେଗାଓ ହିଂସା: ବିଜେପି କହିଲା, ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଦିନରେ ହୋଇଥିବା ଭୀମା-କୋରେଗାଓ ହିଂସା ପୁଣି ଥରେ ଆଲୋଚନାର ପରିସରକୁ ଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି ଦୋଷ ଲଦିଛି। ବିଜେପି କହିଛି, ମୋଦିଙ୍କୁ ଅଟକାଇବା ପାଇଁ କଂଗ୍ରେସ ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି।

ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୋଷ ଆଣିଛନ୍ତି ଯେ, କଂଗ୍ରେସର ବହୁ ବରିଷ୍ଠ ନେତା ପ୍ରତିବନ୍ଧିତ ସଂଗଠନ ସହିତ ଜଡ଼ିତ ଓ ଦେଶରେ ଉତ୍ତେଜନା ମୂଳକ ପରିସ୍ଥିତି କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଏଭଳି କରିବାରେ ଜିଗ୍ନେଶ ମେବାନୀଙ୍କ ନାମ ମଧ୍ୟ ସାମିଲ ଅଛି। କଂଗ୍ରେସ ତରଫରୁ ମାଓବାଦୀଙ୍କ ସହଯୋଗ ପାଇଁ ଆର୍ଥିକ ସହଯୋଗ ଦିଆଯାଉଛି।

ଏମିତି କରିବାର ମୂଳ ଉଦ୍ଦେଶ୍ୟ ହେଉଛି କଂଗ୍ରେସକୁ ଅଟକାଇବା। ସେ କହିଛନ୍ତି, ଆମେ ଚାହୁଁଛୁ ଯେ, ଏ ମାମଲାରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରନ୍ତୁ। ପାତ୍ର କହିଛନ୍ତି, ଗୋଟିଏ ପଟେ ବିଜେପି ‘ସମ୍ପର୍କରୁ ସମର୍ଥନ’ ମନ୍ତ୍ର ନେଇ ଆଗକୁ ଗତି କରୁଥିବା ବେଳେ କଂଗ୍ରେସ ଦେଶରେ ଅଶାନ୍ତି ସୃଷ୍ଟି କରି କ୍ଷମତା ହାତେଇବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe