ଜୁଲାଇ ୬ରୁ ସଦସ୍ୟତା ଅଭିଯାନ ଆରମ୍ଭ କରିବ ବିଜେପି

Advertisment
୫୦ ଲକ୍ଷ ଲୋକଙ୍କୁ ସାମିଲ କରିବ ବିଜେପି

photo-navbharattimes

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ସାଙ୍ଗଠନିକ ପୁର୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ସାଂପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦଳର ନିଷ୍ପତ୍ତି ଅନୁସାରେ ଆଗାମୀ ଜୁଲାଇ ୬ରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବ ସହ ନୂତନ ଦାୟିତ୍ୱ ବଣ୍ଟନ କରାଯିବ। ପ୍ରତି ବୁଥ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ଗ୍ରହଣ ଅଭିଯାନକୁ ବ୍ୟାପକ କରିବା ଦିଗରେ ବୈଠକରେ ଆଲୋଚନା ହୋଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ବାତ୍ୟା ଫନି ପରେ ରାଜ୍ୟ ସରକାର ବାତ୍ୟା ପ୍ରପୀଡ଼ିତଙ୍କୁ ଥଇଥାନ କରାଇବାରେ ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି। ବିଦ୍ୟୁତ୍‌, ପିଇବା ପାଣି, ପଲିଥିନ, ଶୁଖିଲା ଖାଦ୍ୟ ଏବଂ ଦରକାରୀ ଔଷଧ ଯୋଗାଇବାରେ ରାଜ୍ୟସରକାର ଫେଲ ମାରିଛନ୍ତି। ଅନ୍ୟପଟେ ରାଜ୍ୟରେ ଧାନ କିଣା ବିକାରେ ବ୍ୟାପକ ଅନିୟମିତତା ହେଉଥିବା କଥା ବୈଠକରେ ଆଲୋଚନା ହୋଇଛି। ମିଲର୍ସମାନେ ମନମୁଖି କାରବାର କରୁଥିବା ବେଳେ ସରକାରଙ୍କର ମନ୍ତ୍ରୀ ଅଫିସରମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଆଜିବି ଅନେକ ମଣ୍ଡିରେ ଧାନ ଉଠି ନାହିଁ। ଆଉ ଦିନ କେଇଟା ପରେ ବର୍ଷା ଆରମ୍ଭ ହୋଇଯିବ। ସେହିପରି ଅନେକ ସ୍ଥାନରେ ଚାଷୀ ଧାନି ବିକିସାରିବାର ମାସ ମାସ ବିତିଯିବା ପରେ ବି ପଇସା ମିଳିପାରି ନାହିଁ। ଏହା ଉପରେ ସରକାର ତୁରନ୍ତ ଧ୍ୟାନ ଦେବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe