ବିଳମ୍ବିତ ରାତି ଯାଏଁ ଚାଲିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ, ହୋଇପାରେ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା

ବିଳମ୍ବିତ ରାତି ଯାଏଁ ଚାଲିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ, ହୋଇପାରେ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ବିରୋଧୀ ଦଳ ସମାଜବାଦୀ ପାର୍ଟି, କଂଗ୍ରେସ, ବହୁଜନ ସମାଜ ପାର୍ଟି ଆଦି ନିଜର ପ୍ରାର୍ଥୀମାନଙ୍କ ନାମ ଘୋଷଣା ଆରମ୍ଭ କରିଦେଇଛନ୍ତି। ଭାରତୀୟ ଜନତା ପାର୍ଟି ରିପୋର୍ଟ ଲେଖାଯିବା ଯାଏଁ ନିଜର ତାଲିକା ପ୍ରକାଶ କରି ନାହିଁ। ଅନୁମାନ କରାଯାଉଛି ଯେ, ଆଜି ରାତି ସୁଦ୍ଧା ବିଜେପି ନିଜର ୧୦୦ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଅରୁଣ ଜେଟଲୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ନିର୍ବାଚନ କମିଟରି ବୈଠକ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜାରି ରହିଛି। ବୈଠକ ପରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ। ସୂତ୍ର ଅନୁସାରେ ଏହି ବୈଠକ ବିଳମ୍ବିତ ରାତି ଯାଏଁ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe