ମୁଖ୍ୟମନ୍ତ୍ରୀ ଓ ବିଜେଡି ବିରୋଧରେ ଥାନାରେ ଏତଲା ଦେଲା ବିଜେପି

Advertisment
ମୁଖ୍ୟମନ୍ତ୍ରୀ ଓ ବିଜେଡି ବିରୋଧରେ ଥାନାରେ ଏତଲା ଦେଲା ବିଜେପି

photo--navbharattimes

ଭୁବନେଶ୍ୱର: ବିଜୁ ଜନତା ଦଳ ମଙ୍ଗଳବାର ଜାରି କରିଥିବା ନିର୍ବାଚନ ଇସ୍ତାହାରରେ ରାଜ୍ୟ ସରକାରଙ୍କ ଲୋଗୋକୁ ରଖିବା ସହ ରାଜ୍ୟ ସରକାରଙ୍କର ୱେବ୍‌ସାଇଟ୍‌କୁ ମଧ୍ୟ ସ୍ଥାନିତ କରିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ବିରୋଧରେ ପୁଲିସ ଥାନାରେ ଅଭିଯୋଗ ଆଣିଛି। ବିଜେପି ଆଜି ସ୍ଥାନୀୟ ଖାରବେଳ ନଗର ଥାନାରେ ଏହି ଅଭିଯୋଗ ଆଣିଥିବା ଜଣାପଡ଼ିଛି।

ଅଭିଯୋଗରେ ବିଜେପି କହିଛି, ବିଜେଡି ନିର୍ବଚାନ ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରିଛି। ସରକାରୀ ଲୋଗୋର ବ୍ୟବହାର କରି ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ନିର୍ବାଚନ ଜିତିବା ପ୍ରୟାସ କରୁଥିବାରୁ ଏହାର ପ୍ରତିବାଦରେ ରାଜ୍ୟ ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଥାନା ଅଧିକାରୀଙ୍କୁ ଭେଟି ନବୀନ ପଟ୍ଟନାୟକ, ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିରୋଧରେ ଏତଲା ଦାୟର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe