ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦ

ଭଏସ୍‌ ମେସେଜ୍‌ ପଠାଇ ଆଚରଣ ବିଧି ଉଲ୍ଲଂଘନ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦ

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରତ୍ୟେକ ଦିନ ଆରୋପ ଓ ପ୍ରତ୍ୟାରୋପ ଜାରି ରହିଛି। ଆଜି ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ଦେଇଛି ବିଜେଡି। ମୋବାଇଲ ଯୋଗେ ଭଏଓ୍‌ ମେସେଜ୍‌ ପଠାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେଡି। କେତେକ ମୋବାଇଲ ନମ୍ବର ଜରିଆରେ ଭଏସ୍‌ ମେସେଜରେ କୁନ୍ଦୁଲି ଘଟଣା ନେଇ କେତେକ ନିରାଧାର ଓ ଅଯୌକ୍ତିକ କଥା କୁହାଯାଉଛି। ତେଣୁ ଏଭଳି ଭଏସ୍‌ ମେସେଜର ପ୍ରଚାର ପ୍ରସାରକୁ ବନ୍ଦ କରିବାକୁ ଦଳ ଦାବି କରିଛି। ଏହାସହିତ ନିର୍ବାଚନ ଆଇନ, ସାଇବର ଆଇନ ଓ ଅପରାଧମୂଳକ ଆଇନ ଅନୁଯାୟୀ ଏହ ମେସେଜ୍‌ ପ୍ରେରଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଅନୁରୋଧ କରିଛି।

ଏହାସହ ବିଜେଡି ଅଭିଯୋଗ କରିଛି ଯେ, ଦଳର ବ୍ୟାନର, ହୋର୍ଡିଂ ଓ ପତାକାଗୁଡ଼ିକୁ ପୁଲିସ ହଟାଇ ଦେଉଥିବା ବେଳେ ସେସବୁ ସ୍ଥାନଗୁଡ଼ିକରେ ବିଜେପି କର୍ମୀମାନେ ବ୍ୟାନର, ହୋର୍ଡିଂ ଓ ପତାକା ଲଗାଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଦଳ ପ୍ରତିବାଦ ଜଣାଉଥିଲେ ହେଁ ସେମାନେ ଏହାକୁ ଶୁଣୁ ନାହାନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସଂପର୍କରେ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦେଶ ଦେଇ ବିଜେପିର ହୋର୍ଡିଂ, ବ୍ୟାନର ଓ ପତାକାଗୁଡ଼ିକୁ ହଟାଇବାକୁ ଦଳ ସ୍ମାରକପତ୍ର ଜରିଆରେ ଦାବି କରିଛି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ ଓ ଦଳ ମୁଖପାତ୍ର ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe