ମହାରଥୀଙ୍କ ମନ୍ତବ୍ୟକୁ ନେଇ ବୟାନବାଜିି

Advertisment
ମହାରଥୀଙ୍କ ମନ୍ତବ୍ୟକୁ ନେଇ ବୟାନବାଜିି

ଭୁବନେଶ୍ୱର : ବିଜେଡିରେ ଖୁବ୍‌ ଶୀଘ୍ର ବିରୋଧୀ କଂଗ୍ରେସ ଓ ବିଜେପିର ବହୁ ନେତା ମିଶିବେ। ଆମର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ତୁମର କିଏ?

ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ସେପଟେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପାଲଟା ଆକ୍ରମଣ କରିଛନ୍ତି।

ଆଜି ଶ୍ରୀ ବାହିନୀପତି କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ବିଜେପିର ମିଶ୍ରଣ ଓ ବିଜେଡିର ଫେଡ଼ାଣ ପର୍ବ ଚାଲିଛି। ଖୁବ୍‌ ଶୀଘ୍ର କଂଗ୍ରେସ ଗୁଣନ ପର୍ବ କରିବ। ଥରେ କଂଗ୍ରେସ ଗୁଣନ ପର୍ବ ଆରମ୍ଭ କଲେ ବିଜେପି ଓ ବିଜେଡି ସଫା ହୋଇଯିବେ।

ଶ୍ରୀ ବାହିନୀପତି କହିଛନ୍ତି, କଂଗ୍ରେସ ହେଉଛି ଏକ ଜାତୀୟ ଦଳ। ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଭାବ ନାହାନ୍ତି। ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ପରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ବିଜେଡିର ବିଜେପୁର ପାଇଁ ପ୍ରାର୍ଥୀ ନଥିଲେ। ସେଥିପାଇଁ ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀକୁ ନେଇ ପ୍ରାର୍ଥୀ କଲେ। ଏଥିରୁ ଜଣାପଡ଼ୁଛି ନବୀନ ପଟ୍ଟନାୟକ କେତେ ଭୟଭୀତ ଅଛନ୍ତି।
ବିଜେଡିରେ ବହୁ କଂଗ୍ରେସ ନେତା ମିଶିବାକୁ ନେଇ ତାରା କହିଛନ୍ତି ଯେ ବିଜେଡିରେ ଆଗକୁ କେହି ମିଶିବାର ନାହିଁ। ଯେଉଁମାନେ ଅଲୋଡ଼ା ସେମାନେ ମିଶି ଗଲେଣି। ଆଉ ଯେଉଁ ଜଣେ ଦୁଇ ଜଣ ଅଲୋଡ଼ା ଅଛନ୍ତି, ସେମାନେ ମିଶି ପାରନ୍ତି। ସେମାନେ ଗଲେ ଆମର କିଛି ଫରକ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe