ଚାଷୀ ଆତ୍ମହତ୍ୟା ଓ ଫସଲ ନଷ୍ଟ ନେଇ ୭ରୁ ବିଜେପିର ସବୁ ବ୍ଲକରେ ଆନ୍ଦୋଳନ

Advertisment
ଚାଷୀ ଆତ୍ମହତ୍ୟା ଓ ଫସଲ ନଷ୍ଟ ନେଇ ୭ରୁ ବିଜେପିର ସବୁ ବ୍ଲକରେ ଆନ୍ଦୋଳନ

ଭୁବନେଶ୍ୱର: ବିଗତ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନେ ସେମାନଙ୍କ ଧାନ କ୍ଷେତରେ ନିଆଁ ଲଗାଇବା ଓ ବରଗଡ଼ ଜିଲ୍ଲା ଚାଷୀ ବୃନ୍ଦାବନ ଆତ୍ମହତ୍ୟା କରିବା ଭଳି ଅଭାବନୀୟ ଘଟଣାକୁ କେନ୍ଦ୍ର କରି ଭାରତୀୟ ଜନତା ପାର୍ଟି ଆଗାମୀ ନଭେମ୍ବର ୭ରୁ ରାଜ୍ୟବାପୀ ଆନ୍ଦୋଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ସବୁ ବ୍ଲକରେ ହେବାକୁ ଥିବା ଏହି ଆନ୍ଦୋଳନ ନଭେମ୍ବର ୧୭ ପର୍ଯ୍ୟନ୍ତ ଚାଲିବ। ଚାଷୀ ସମସ୍ୟାକୁ ନେଇ ଆନ୍ଦୋଳନ ହେବ ବୋଲି ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ରବିବାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ରୋଗ ପୋକ ଯୋଗୁଁ ଧାନ ଫସଲ ନଷ୍ଟ ଉପରେ ରବିବାର ରାଜ୍ୟ ସଚିବାଳୟ ଠାରେ ହୋଇଥିବା ସମୀକ୍ଷା ଅନୁସାରେ ବରଗଡ଼ରେ ସର୍ବାଧିକ ୪୩ ହଜାର ୩୭ ହେକ୍ଟର ଜମି ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, କଳାହାଣ୍ଡିର ୧୨ଟି ଓ ବରଗଡ଼ର ୧୧ଟି ବ୍ଲକରେ ଚାଷ ପ୍ରଭାବିତ ହୋଇଛି। ସେହିପରି କୋରପୁଟ ଓ ବଲାଙ୍ଗୀର ଜିଲ୍ଲାର ୧୪ଟି ଲେଖାଏଁ ବ୍ଲକରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୦ଟି ବ୍ଲକ ପ୍ରଭାବିତ ହୋଇଛି। ରୋଗ ପୋକରେ ୧ଲକ୍ଷ ୭୮ ହଜାର ୯୩୨ ହେକ୍ଟର ଜମି ପ୍ରଭାବିତ ହୋଇଛି। ଗଞ୍ଜାମ, କୋରାପୁଟ ଓ ଭଦ୍ରକ, ବରଗଡ଼, ସମ୍ବଲପୁର, ନୂଆଁପଡ଼ା, ସମ୍ବଲପୁର, ବଲାଙ୍ଗୀର ଆଦି ମୋଟ ୯ଟି ଜିଲ୍ଲାର ୯୨ଟି ବ୍ଲକ ଓ ୭୧ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe