Advertisment

Controversy: ହିମନ୍ତଙ୍କ ରାଇଫଲ ଧରିଥିବା ଏଆଇ ଫଟୋକୁ ନେଇ ବିବାଦ

Advertisment

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ରାଇଫଲ ଧରି ମୁସଲମାନଙ୍କ ଆଡ଼କୁ ଏହାର ମୁହଁ କରିଥିବାର ଏକ ଏଆଇ ଫଟୋ ବିଜେପି ଏହାର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ସେୟାର କରି ତୀବ୍ର ସମାଲୋଚନାର ଶିକାର ହୋଇଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ରାଇଫଲ ଧରି ମୁସଲମାନଙ୍କ ଆଡ଼କୁ ଏହାର ମୁହଁ କରିଥିବାର ଏକ ଏଆଇ ଫଟୋ ବିଜେପି ଏହାର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ସେୟାର କରି ତୀବ୍ର ସମାଲୋଚନାର ଶିକାର ହୋଇଛି।

08bbs_82_08022026_112

ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକ ରାଇଫଲ ଧରି ମୁସଲମାନଙ୍କ ଆଡ଼କୁ ଏହାର ମୁହଁ କରିଥିବାର ଏକ ଏଆଇ ଫଟୋ ବିଜେପି ଏହାର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରେ ସେୟାର କରି ତୀବ୍ର ସମାଲୋଚନାର ଶିକାର ହୋଇଛି। ଏହି ଭିଡିଓରେ ‘ବିଦେଶୀମୁକ୍ତ ଆସାମ’, ‘କୌଣସି ଦୟା ନାହିଁ’ ଓ ‘ବାଂଲାଦେଶୀଙ୍କ ପାଇଁ କୌଣସି କ୍ଷମା ନାହିଁ’ ବୋଲି ଉଲ୍ଲେଖ ରହିଛି।

ବିଜେପି ଏହାର ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ଫଟୋ ସେୟାର କରିଥିବାବେଳେ ବିବାଦ ପରେ ତାହା ଡିଲିଟ୍‌ କରିଦିଆଯାଇଛି। ଭିଡିଓରେ ବିଶ୍ବଶର୍ମାଙ୍କ ପ୍ରକୃତ ବନ୍ଧୁକଧରା ଫୁଟେଜ୍ ରହିଥିବାବେଳେ ମୁସଲମାନଙ୍କ ଏଆଇ ଜେନେରେଟେଡ ଫଟୋ ରହିଥିଲା। ଭିଡିଓ ଆସିବା ପରେ ବିଭିନ୍ନ ରାଜନୈତିକ ଦଳ, କର୍ମକର୍ତ୍ତା, ସାମ୍ବାଦିକ ଏହାକୁ ତୀବ୍ର ସମାଲୋଚନା କରିବା ପରେ ବିଜେପି ଏହାକୁ ହଟେଇ ଦେଇଛି।

ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ ଏହାକୁ ଲଜ୍ଜାଜନକ ବୋଲି କହି ସମାଲୋଚନା କରିଛନ୍ତି। ସେ ୟୁଏପିଏ ଅଧୀନରେ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହିଂସା ଉଦ୍ରେକ ପାଇଁ ଏହା ଯଥେଷ୍ଟ ବୋଲି କହିଛନ୍ତି। ଯିଏ ଏହି ଭିଡିଓ ପ୍ରସ୍ତୁତ କରିଛି ତାଙ୍କୁ ତୁରନ୍ତ ଗିରଫ କରାଯିବା କଥା ବୋଲି ‘ଏକ୍ସ’ରେ ପୋଷ୍ଟ କରି ସାଗରିକା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରୁ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଏହି ଭିଡିଓକୁ ସମାଲୋଚନା କରି ଏହା ଗଣହତ୍ୟା ପାଇଁ ଉସୁକାଇବା ପରି ହୋଇଛି ବୋଲି କହିଛନ୍ତି। ଶୀର୍ଷ ନେତୃତ୍ବ ବିଷ ଉଗାଳୁଥିବାରୁ ଏହାକୁ ଏକ ଟ୍ରୋଲ ବିଷୟବସ୍ତୁ ଭାବେ ଅଣଦେଖା କରିବା ଉଚିତ ନୁହେଁ। ନରେନ୍ଦ୍ର ମୋଦୀ ଏପରି କାର୍ଯ୍ୟକୁ ନିନ୍ଦା କରିବାର କୌଣସି ଆଶା ନାହିଁ। ତେଣୁ ନ୍ୟାୟପାଳିକା ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ବେଣୁଗୋପାଳ କହିଛନ୍ତି। ସାମ୍ବାଦିକ ରାଣା ଆୟୁବ, କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ୍‌ ପ୍ରମୁଖ ଏହି ଭିଡିଓକୁ ତୀବ୍ର ସମାଲୋଚନା କରିଛନ୍ତି। ଆସାମର ବଙ୍ଗଳା ଭାଷାଭାଷୀ ମୁସଲମାନ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣକୁ ନେଇ ହିମନ୍ତ ବିଶ୍ବଶର୍ମା ବିବାଦରେ ଥିବାବେଳେ ଏହି ଭିଡିଓ ତାଙ୍କୁ ଆଉ ଏକ ବିବାଦ ଭିତରକୁ ଟାଣି ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe