ମହାରାଷ୍ଟ୍ରରେ ଏକାକୀ ଲଢ଼ିବ ବିଜେପି

Advertisment

ଅମିତ ଶାହଙ୍କ ସୂଚନା

ଅମିତ ଶାହଙ୍କ ସୂଚନା

ମହାରାଷ୍ଟ୍ରରେ ଏକାକୀ ଲଢ଼ିବ ବିଜେପି

ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନ ମହାରାଷ୍ଟ୍ରରେ ଏକାକୀ ଲଢ଼ିବାକୁ ପ୍ରସ୍ତୁତ ହେବା ନିମନ୍ତେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ଦଳର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି। ଏଥିପାଇଁ ଏବେଠାରୁ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇବାକୁ ଶାହ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀରେ କହିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି। ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଶାହଙ୍କ ଏଭଳି ନିଷ୍ପତ୍ତି ପରେ ଯେ କୌଣସି ମୁହୂର୍ତ୍ତରେ ବିଜେପି ଶିବସେନାଠାରୁ ଅଲଗା ହେବ ବୋଲି ଜଣାପଡ଼ିଛି। ଗତ ଶୁକ୍ରବାର ଅନାସ୍ଥା ଭୋଟିଂରୁ ଦୂରେଇ ରହିଥିବା ଶିବସେନା ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲା। ଶିବସେନାର ଏଭଳି ଆଭିମୁଖ୍ୟ ଦେଖି ବିଜେପି ଅଧ୍ୟକ୍ଷ ଏବେ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି ଏବଂ ଦଳ ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବାକୁ ତୟାର ହେବାକୁ କହିଛନ୍ତି। ୨୦୧୪ ବିଧାନସଭା ନିର୍ବାଚନରେ ଶିବସେନା ସହ ମେଣ୍ଟ ନକରି ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe