ଯୋଗୀଙ୍କ ମଇଦାନରେ ଲଢ଼ିବେ ଭୋଜପୁରୀ ଫିଲ୍ମଷ୍ଟାର ରବି କିଷାନ

Advertisment
ଯୋଗୀଙ୍କ ମଇଦାନରେ ଲଢ଼ିବେ ଭୋଜପୁରୀ ଫିଲ୍ମଷ୍ଟାର ରବି କିଷାନ

News18 Telugu

ନୂଆଦିଲ୍ଲୀ: ପୁଣି ଜଣେ ତାରକାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି। ଭୋଜପୁରୀ ଫିଲ୍ମଷ୍ଟାର ରବି କିଷାନ ଶୁକ୍ଳାଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଆସନ ଗୋରଖପୁରରୁ ପ୍ରାର୍ଥୀ କରିଛି ବିଜେପି । ଉତ୍ତରପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ଲିଷ୍ଟରେ ଭୋଜପୁରୀ ଷ୍ଟାର ରବି କିଷାନ ଶୁକ୍ଳାଙ୍କ ନାମ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ରବି କିଷାନ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଜୌନପୁର ଲୋକସଭା ଆସନରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ।  ଏହି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ପରେ ୨୦୧୭ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ ।

publive-image YouTube

ତେବେ କିଛି ଦିନ ତଳେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଥିଲେ  ଏବଂ ଏହି ସାକ୍ଷାତ ପରେ ରବି କିଷାନ କହିଥିଲେ ଯେ, ଚଳିତ ନିର୍ବାଚନରେ ସେ ପୁଣି ଥରେ ନିର୍ବାଚନ ଲଢିବେ । ତେବେ ରବି କିଷାନଙ୍କ ବ୍ୟତୀତ ଭୋଜପୁରୀ ଷ୍ଟାର ନିରହୁଆଙ୍କୁ ଆଜମଗଡ଼ ଆସନରୁ ସପା ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛି ବିଜେପି ।

ଉତ୍ତରପ୍ରଦେଶ ପାଇଁ ଆଜି ବିଜେପି ୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ପ୍ରତାପଗଡରୁ ସଂଗମ ଲାଲ ଗୁପ୍ତା, ଆମ୍ବେଦକର ନଗରରୁ ମୁକ୍ତ ବିହାରୀ, ସଂତକବୀର ନଗରରୁ ପ୍ରବୀଣ ନିଷାଦ, ଗୋରଖପୁର ଆସନରୁ ରବି କିଷାନ, ଦେବରିୟା ଆସନରୁ ରମାପତି ରାମ ତ୍ରିପାଠୀ, ଜୌନପୁର ଆସନରୁ କେପି ସିଂହ ଏବଂ ଭଦୋହୀ ଆସନରୁ ରମେଶ ବିଂଦଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe