ଫେବ୍ରୁଆରି ୨୪ରୁ ବିଜେପିର ବିଦାୟ ଯାତ୍ରା ଆରମ୍ଭ : ସିନ୍ଦିଆ

Advertisment
ଫେବ୍ରୁଆରି ୨୪ରୁ ବିଜେପିର ବିଦାୟ ଯାତ୍ରା ଆରମ୍ଭ : ସିନ୍ଦିଆ

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିର ପତ୍ତନ ପର୍ବ ଆରମ୍ଭ ହୋଇଯାଇଛି । ଆସନ୍ତା ଫେବ୍ରୁଆରି ୨୪ରୁ ଶାସକ ବିଜେପି ଦଳର ବିଦାୟ ଯାତ୍ରା ଆରମ୍ଭ ହୋଇଯିବ ବୋଲି ମଧ୍ୟପ୍ରଦେଶର ଗୁନା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଟେର ଏବଂ ଚିତ୍ରକୁଟ୍‌ ଉପନିର୍ବାଚନରେ କଂଗ୍ରେସର ବିଜୟ ପରେ ବିଜେପିର ପତ୍ତନ ଆରମ୍ଭ ହୋଇଛି ଏବଂ ଆସନ୍ତା ଫେବ୍ରୁଆରି ୨୪ ତାରିଖରେ କୋଲାରସ ଏବଂ ମୁଙ୍ଗାଓଲି ଉପନିର୍ବାଚନରେ ମଧ୍ୟ ବିଜେପିର ପରାଜୟ ହେବ ବୋଲି ସିନ୍ଦିଆ କହିଛନ୍ତି।

ପ୍ରଥମ ଥର ପାଇଁ ବିଜେପିର ମୂଳୋତ୍ପାଟନ ପାଇଁ କଂଗ୍ରେସ ଏବେ ଏକଜୁଟ୍‌ ହୋଇ କାମ କରୁଛି ବୋଲି ସିନ୍ଦିଆ ଆଜି ଗୁୁନାରେ ଏକ ରୋଡ୍‌ସୋ ସମୟରେ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା କମଳ ନାଥ ମଧ୍ୟ ବିଜେପି ସରକାର ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜନସାଧାରଣଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। ଉପନିର୍ବାଚନରେ ପ୍ରଚୁର ପରିମାଣରେ ସରକାରୀ କଳର ଅପବ୍ୟବହାର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe