ଆରମ୍ଭ ହେଲା ବିଜେପିର ମହିଳା ସୁରକ୍ଷା ଯାତ୍ରା

Advertisment
ଆରମ୍ଭ ହେଲା ବିଜେପିର ମହିଳା ସୁରକ୍ଷା ଯାତ୍ରା

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଠାରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। ୭ଟି ରୁଟ୍‌ରେ ଏହି ଯାତ୍ରା ଚାଲିଛି।

ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଥିଲେ, ଓଡ଼ିଶାରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମହିଳମାନେ ଦିନ ଦ୍ୱିପ୍ରହରରେ ରାସ୍ତାରେ ଚାଲିବାକୁ ଭୟ କଲେଣି। ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ତେଣୁ ନାରୀ ସୁରକ୍ଷାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୋଲି ସେ କହିଥିଲେ। ସେହିପରି ଭଦ୍ରକର ମା’ ଭଦ୍ରକାଳୀ ମନ୍ଦିରରୁ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଥିଲା ବେଳେ କଟକର ମା’ ଚଣ୍ଡୀଙ୍କ ମନ୍ଦିରରୁ ଉପସଭାନେତ୍ରୀ ସୁକେଶୀ ଓରାମ, ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡ଼ର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ, ସୋରଡ଼ାର ମା’ କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ ଓ ଭୁବନେଶ୍ୱରର ମା’ ଶୀଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପଶଢ଼ୀଙ୍କ ନେୃତ୍ୱରେ ସୁରକ୍ଷା ଯାତ୍ରା ଆରମ୍ଭ କରାଯାଇଛି।

ମହାନଦୀ ଆନ୍ଦୋଳନକୁ କାଉଣ୍ଟର୍‌ କରିବାକୁ ମହିଳା ସୁରକ୍ଷା ଯାତ୍ରା

ଭୁବନେଶ୍ୱର : ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରାକୁ ଏକ ଚାଲ୍‌ କହିଛି ସରକାରୀ ଦଳ। ଏହି ଯାତ୍ରା ସାରା ରାଜ୍ୟରେ ଜୋର୍‌ ଧରିଥିବା ମହାନଦୀ ବଞ୍ଚାଓ ଆନ୍ଦୋଳନକୁ କାଉଣ୍ଟର୍‌ କରିବା ପାଇଁ ଏକ ଚାଲ୍‌ ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ। ମହାଦନୀ ଶୁଖିଲା ପଡ଼ିଥିବା ବେଳେ ବିଜେପିର ଏଭଳି ସୁରକ୍ଷା ଯାତ୍ରା ଆଦୌ ଠିକ୍‌ ନୁହେଁ। ରାଜ୍ୟ ସରକାର ନାରୀ ଜାତିର ସମ୍ମାନ ପ୍ରତି ଯଥେଷ୍ଟ ସଚେତନ ଥିବା ଶ୍ରୀ ସାହୁ କହିଥିଲେ। ମାତ୍ର ସରକାରୀ ଦଳର ଏହି ଅଭିଯୋଗକୁ ଦୃଢ଼ ଭାବରେ ନିନ୍ଦା କରିଛି ବିଜେପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe