ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳି ନପାରେ: ରାମ ମାଧବ

Advertisment
ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳି ନପାରେ: ରାମ ମାଧବ

Sakshi

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ମତଦାନ ସଂପୂର୍ଣ୍ଣ ହୋଇଛି। ଏବେ ଆଉ କେବଳ ଦୁଇ ପର୍ଯ୍ୟାୟ ମତଦାନ ବାକି ରହିଛି। ତେବେ ବିଜେପିର ସଙ୍କଟମୋଚକ ଭାବେ ପରିଚିତ ବରିଷ୍ଠ ନେତା ରାମ ମାଧବ କହିଛନ୍ତି ଯେ ଯଦି ବିଜେପି ନିଜ ଦମ୍‌ରେ ୨୭୧ ଆସନ ହାସଲ କରିନେବ ତା’ହେଲେ ଏହା ଆମ ପାଇଁ ବହୁତ ଖୁସିର କଥା ହେବ। କିନ୍ତୁ ଏହା ନହେଲେ ଆମକୁ ଅଧିକ ସହଯୋଗୀ ଆବଶ୍ୟକ ପଡ଼ିପାରେ । ରାମ ମାଧବ କହିଛନ୍ତି ଯେ ଉତ୍ତର ଭାରତରେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଥିଲା, ଏଥର କିନ୍ତୁ ଆମର କ୍ଷତି ହେବ। ତେବେ ଏହି କ୍ଷତି ପଶ୍ଚିମବଂଗ, ଓଡ଼ିଶା ଏବଂ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ମିଳିବାକୁ ଥିବା ସଫଳତା ଦ୍ବାରା ଭରଣା ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ ଏନ୍‌ଡିଏକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି କହୁଥିବା ବେଳେ ରାମମାଧବଙ୍କ ବୟାନ ଏଥିରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe