ବିଜେପି ବିଧାୟକ ଦଳର ବୈଠକ ଶେଷ: ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ହେବ ୨ ଦିନ ପରେ

Advertisment
ବିଜେପି ବିଧାୟକ ଦଳର ବୈଠକ ଶେଷ: ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ହେବ ୨ ଦିନ ପରେ

ଭୁବନେଶ୍ୱର: ବିଜେପି ବିଧାୟକ ଦଳର ବୈଠକରେ ରବିବାର ବିରୋଧୀ ଦଳର ନେତାଙ୍କ ନାମ ଚୟନ ହୋଇଛି। ଓଡ଼ିଶା ବିଧାନସଭାରେ କିଏ ହେବେ ବିରୋଧୀ ଦଳର ନେତା, ସେ ନେଇ ବିଜେପି ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ନାମ ପଠାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଥିରେ ମୋହର ମାରିବେ ଏବଂ ଦୁଇ ଦିନ ପରେ ବିରୋଧୀ ଦଳର ନେତାଙ୍କ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ବୈଠକ ଆରମ୍ଭ ହୋଇଥିଲା। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂହ, ସାଂସଦ ଅପରାଜିତ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ବୈଠକରେ ବିଧାନସଭାରେ ଦଳର ରଣନୀତି ନେଇ ଆଲୋଚନା ହୋଇଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe