କାର୍ଯ୍ୟରତ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ଚାପୁଡ଼ା ମାରି ଫସିଗଲେ ବିଜେପି ସାଂସଦ, ମାମଲା ରୁଜ୍ଜୁ

Advertisment
କାର୍ଯ୍ୟରତ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ଚାପୁଡ଼ା ମାରି ଫସିଗଲେ ବିଜେପି ସାଂସଦ, ମାମଲା ରୁଜ୍ଜୁ

(Photo Credits: Facebook)

ଲକ୍ଷ୍ନୌ: ଜଣେ କାର୍ଯ୍ୟରତ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କୁ ମାରିବା ସହ ହତ୍ୟା ଧମକ ଦେଇଥିବା କାରଣରୁ ବିଜେପି ସାଂସଦ ରେଖା ବର୍ମାଙ୍କ ବିରୋଧରେ ମାମାଲା ରୁଜ୍ଜୁ ହୋଇଛି। କନ୍‌ଷ୍ଟେବଲ୍‌ ଶ୍ୟାମ ସିଂହ ରେଖାଙ୍କ ବିରୋଧରେ ମହମ୍ମଦି ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ ଆଣି ରବିବାର ରାତିରେ ରେଖା ବର୍ମା ତାଙ୍କୁ ଚାପୁଡ଼ା ମାରିବ ସହ ହତ୍ୟା ଧମକ ଦେଇଥିବା କହିଛନ୍ତି।

ରେଖା ତାଙ୍କୁ ଏପରି ଭାବେ ମାଡ଼ ମାରିବା ପଛରେ କୌଣସି କାରଣ ନାହିଁ। କେବଳ ମାଡ଼ ନୁହେଁ, ରେଖା ତାଙ୍କ ଉପରେ ବହୁ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ ବୋଲି ମଧ୍ୟ କନ୍‌ଷ୍ଟେବଲ୍‌ ଶ୍ୟାମ ସିଂହ ଅଭିଯୋଗ କରି କହିଛନ୍ତି।

ଶ୍ୟାମ ସିଂହ କହିଛନ୍ତି କି ‘ସେ ମୋ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ବିନା କାରଣରେ ମୋ ଉପରେ ହାତ ଉଠାଇ ତତ୍‌କ୍ଷଣାତ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ମୁଁ ତାଙ୍କ ବିରୋଧରେ ମାମଲା ଦାୟର କରିଛି। ଆଶା ରଖିଛି ଯେ ମୋତେ ନ୍ୟାୟ ମିଳିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe