ମୋଦିଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ବିଜେପି ସାଂସଦଙ୍କ ଲୋକସଭାରୁ ଇସ୍ତଫା

Advertisment
ମୋଦିଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ବିଜେପି ସାଂସଦଙ୍କ ଲୋକସଭାରୁ ଇସ୍ତଫା

ନୂଆଦିଲ୍ଲୀ: ରାତି ପାହିଲେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ବୈତରଣୀ ପାରି ହେବାକୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ଉଦ୍ୟମ କରୁଛି। ଏଭଳି ପରିସ୍ଥିତିରେ ଦଳର ଜଣେ ସାଂସଦ ଶୁକ୍ରବାର ଲୋକସଭାରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ରର ଭଣ୍ଡାରା ଗୋନ୍ଦିଆ ଲୋକସଭା ନିର୍ବାଚନ ମଣ୍ଡଳିର ବିଜେପି ସାଂସଦ ନାନାଭାଉଁ ପଟୋଲେ ଲୋକସଭାରୁ ଇସ୍ତଫା ଦେଇଛନ୍ତି। ଏଥି ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ ନାନାଭାଉଁ ପଟୋଲେ ଏନ୍‌ସିପିର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ର ବେସାମରିକ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ବିରୋଧରେ ବିଜୟୀ ହୋଇଥିଲେ। ପଟୋଲେ ବିଗତ କିଛି ମାସ ହେବ ମୋଦିଙ୍କ କାର୍ଯ୍ୟଶୈଳୀ ନେଇ ଅସନ୍ତୁଷ୍ଟ ଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ମୋଦି ସରକାରକୁ ୩ବର୍ଷ ପୂରିବା ଅବସରରେ ଚାଷୀମାନେ ଅନେକ ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ ଏହାକୁ ଭୃକ୍ଷେପ କରାଯାଇ ନାହିଁ। ଏହା ପରେ ନିଜେ ସେ ଗଣମାଧ୍ୟମକୁ କହିଥିଲେ। କିନ୍ତୁ କିଛି ଫଳ ମିଳିଲା ନାହିଁ।

publive-image

ଇସ୍ତଫା ଦେବା ପରେ ପଟୋଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଛନ୍ତି। ଗତ ସପ୍ତାହରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ପଟୋଲେ ଦେଖାଯାଇ ଥିବା ଖବର ରହିଛି। ଇସ୍ତଫାକୁ ଅଟକା ଯାଉଛି କି ସେ କଂଗ୍ରେସରେ ସାମିଲ ହେବେ ତାହା ସମୟ କହିବ।

ରାଜନୀତି ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି ଯେ, ପଟୋଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ପ୍ରତି ମଧ୍ୟ ଅସନ୍ତୁଷ୍ଟ ଥିଲେ। ସେ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନାଙ୍କ ନେତୃତ୍ୱରେ ଚାଲୁଥିବା ଚାଷୀ ଆନ୍ଦୋଳନରେ ମହାରାଷ୍ଟ୍ରରେ ଭାଗ ନେଇଥିଲେ। କେବଳ ସେତିକି ନୁହେ ଗତ ନଭେମ୍ବରରେ ପଟୋଲେ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ବିରୋଧରେ କହିଥିଲେ। ସେ ଜିଏସ୍‌ଟି ଓ ବିମୁଦ୍ରାକରଣକୁ ତୀବ୍ର ବିରୋଧ କରିଥିଲେ। ଆଲୋଚନା ହେଉଛି ଯେ, ଏନସିପି ନେତା ପ୍ରଫୁଲ୍ଲ ପଟେଲ ବିଜେପି ଆଡ଼କୁ ମୁହାଁଉଛନ୍ତି। ତାହା ମଧ୍ୟ ପଟୋଲେଙ୍କ ଇସ୍ତଫାର ଅନ୍ୟ ଏକ କାରଣ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe