ପ୍ରଚାରରେ ଅତ୍ୟଧିକ ଅର୍ଥ ବ୍ୟୟ କରିଥିବାରୁ ସନ୍ନି ଦେଓଲଙ୍କୁ ନିର୍ବାଚନ କମିସନ ଜାରି କରିବେ ନୋଟିସ୍‌

ପ୍ରଚାରରେ ଅତ୍ୟଧିକ ଅର୍ଥ ବ୍ୟୟ କରିଥିବାରୁ ସନ୍ନି ଦେଓଲଙ୍କୁ ନିର୍ବାଚନ କମିସନ ଜାରି କରିବେ ନୋଟିସ୍‌

ମୁମ୍ବାଇ: ଅଭିନେତା ଟର୍ଣ୍ଣଡ ରାଜନେତା ସନ୍ନି ଦେଓଲଙ୍କୁ ନିର୍ବାଚନ କମିସନ ଏକ ନୋଟିସ୍‌ ଜାରି କରିପାରନ୍ତି ବୋଲି ସୂଚନା ରହିଛି। ବିଜେପି ଟିକେଟ୍‌ରେ ଗୁରୁଦାସପୁର ଲୋକସଭା ଆସନରୁ ଜିତିଥିବା ସନ୍ନି ନିର୍ବାଚନୀ ପ୍ରଚାର ସମୟରେ ଆବଶ୍ୟକରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ନିର୍ବାଚନ ପ୍ରଚାରରେ ସମୁଦାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନିୟମ ନିର୍ଦ୍ଧାରଣ କରାଯାଇଥିଲେ ବି ସେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଅଭିଯୋଗ ହୋଇଥିବାରୁ କମିସନ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

publive-image Hindi News - India TV

ସୀମା ବହିର୍ଭୂତ ବ୍ୟୟ କରିଥିବା ସାଂସଦମାନଙ୍କ ବିରୋଧରେ ନିର୍ବାଚନ କମିସନ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ନେଇପାରନ୍ତି। ପ୍ରାର୍ଥୀମାନଙ୍କୁ ନିଲମ୍ବିତ କରିବାର ଅଧିକାର  ନିର୍ବାଚନ କମିସନଙ୍କ ନିକଟରେ ରହିଛି।

ଉଲ୍ଲେଖଯୋଗ୍ୟ, ସନ୍ନି ଦେଓଲ ବିଜେପିରୁ ପଞ୍ଜାବର ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ସେ ପଞ୍ଜାବର କଂଗ୍ରେସ ମୁଖ୍ୟ ସୁନିଲ ଜାଖରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେ ସେଠାରେ ୮୦ ହଜାର ଭୋଟରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ସୁନିଲ ଜାଖରଙ୍କୁ ହରାଇ ବିଜୟ ଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe