ଆସନ୍ତାକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ପରବର୍ତ୍ତୀ ବୈଠକ

Advertisment
ଆସନ୍ତାକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ପରବର୍ତ୍ତୀ ବୈଠକ

Indian Express

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ପରବର୍ତ୍ତୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ସିଇସିର ବୈଠକରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ମାତ୍ର ବୈଠକରେ କ’ଣ ସବୁ ଆଲୋଚନା ହୋଇଛି, ବୁଧବାର ସ୍ପଷ୍ଟ ହେବ। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସଂହ, ସୁଷମା ସ୍ୱରାଜ, ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଛତିଶଗଡ଼ ବିଜେପି ନିଜର ୧୦ ସାଂସଦକୁ ଟିକେଟ ନଦେବାକୁ କେନ୍ଦ୍ରୀୟ ନିର୍ବାଚନ କମିଟି ନିକଟରେ ପ୍ରସ୍ତାବ ରଖିଛି। ଛତିଶଗଡ଼ ବିଜେପି ବୁଧବାର ସିଇସିର ତୃତୀୟ ବୈଠକରେ ପୁଣି ଥରେ ନୂଆ ନାମ ସହିତ କେନ୍ଦ୍ରୀୟ ନିର୍ବାଚନ କମିଟି ସମ୍ମୁଖରେ ପ୍ରସ୍ତାବ ଦେବ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ବର୍ତ୍ତମାନ ଛତିଶଗଡ଼ରେ ୧୧ରୁ ୧୦ ବିଜେପି ସାଂସଦ ଅଛନ୍ତି।

ସୂଚନା ଅନୁସାରେ ଆଜିର ବୈଠକରେ ଓଡ଼ିଶା, ବିହାର, ଉତ୍ତରପ୍ରଦେଶ ସମେତ ୧୦ଟି ରାଜ୍ୟର ଲୋକସଭା ଆସନ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ପୁରୀ ଲୋକସଭା ଆସନରୁ ସଂବିଦ ପାତ୍ର, ବିହାରର ପାଟଣା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ରବି ଶଙ୍କର ପ୍ରସାଦ ଏବଂ ଉତ୍ତର ପ୍ରଦେଶର ଆମେଥିରୁ ସ୍ମୃତି ଇରାନୀ ନିର୍ବାଚନ ଲଢ଼ି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe