ବିଜେପି ‘ଓ୍ଵାନ୍‌ ମେନ୍‌ ସୋ’ ହେବା ଉଚିତ ନୁହେଁ : ଶତ୍ରୁଘ୍ନ ସିହ୍ନା

Advertisment
ବିଜେପି ‘ଓ୍ଵାନ୍‌ ମେନ୍‌ ସୋ’ ହେବା ଉଚିତ ନୁହେଁ : ଶତ୍ରୁଘ୍ନ ସିହ୍ନା

ପାଟନା: ଅଭିନେତାରୁ ନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ବିଭିନ୍ନ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେପିକୁ ଅଡ଼ୁଆରେ ପକାଉଥିବା ବେଳେ ଏବେ ଗୁଜରାଟ ଓ ହିମାଚଳ ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ କଟାକ୍ଷ କରିଛନ୍ତି। ବିଜେପି ‘ଓ୍ଵାନ୍‌ ମେନ୍‌ ସୋ’ ଏବଂ ଦୁଇ ଜଣିଆ ସେନା ହେବା ଉଚିତ ନୁହେଁ ବୋଲି ସିହ୍ନା କହିଛନ୍ତି। ଦଳ ବିରୋଧରେ ଉଭୟ ଗୁଜରାଟ ଏବଂ ହିମାଚଳରେ ପ୍ରବଳ ଅସନ୍ତୋଷ ରହିଛି ଏବଂ ବିରୋଧୀଙ୍କୁ ହାଲକା ଭାବେ ଗ୍ରହଣ କରିବା ଉଚିତ ହେବନାହିଁ ବୋଲି ସେ କହିଛନ୍ତି। ଉଭୟ ରାଜ୍ୟରେ ଯୁବକ, କୃଷକ ଏବଂ ବ୍ୟବସାୟୀ ବର୍ଗରେ ଘୋର ଅସନ୍ତୋଷ ଲାଗି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe