ସ୍ୱଳ୍ପ ଭୋଟ୍‌ ସେୟାର୍‌ରେ ଗୁଜୁରାଟ ନିର୍ବାଚନ ଜିଣିବ ବିଜେପି: ସର୍ଭେ

Advertisment
ସ୍ୱଳ୍ପ ଭୋଟ୍‌ ସେୟାର୍‌ରେ ଗୁଜୁରାଟ ନିର୍ବାଚନ ଜିଣିବ ବିଜେପି: ସର୍ଭେ

Image Courtesy of TOI

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏବିପି-ସିଏସ୍‌ଡିଏସ୍‌ କରିଥିବା ସର୍ଭେ ଦର୍ଶାଇଛି ଯେ ନିର୍ବାଚନରେ ବିଜେପି ୧୧୩-୧୨୧ଟି ଆସନରେ ବିଜୟ ଲାଭ କରିବ ଏବଂ କଂଗ୍ରେସ ୫୮-୬୪ଟି ଆସନ ପାଇବ।

ସେ ଯାହାହେଉ, ଅକ୍ଟୋବର ଶେଷ ସପ୍ତାହରେ କରାଯାଇଥିବା ଦ୍ୱିତୀୟ ରାଉଣ୍ଡ୍‌ ପୋଲ୍‌ ଅନୁସାରେ ଅଗଷ୍ଟରେ ପୂର୍ବାନୁମାନ କରାଯାଇଥିବା ବିଜେପିର ଆସନ ସଂଖ୍ୟାରେ ଦ୍ରୁତ ଅବକ୍ଷୟ ହେବା ଆଶା କରାଯାଉଛି।

ରାଜ୍ୟରେ ଦ୍ୱିତୀୟ ରାଉଣ୍ଡ୍‌ ପୋଲ୍‌ କରାଇଥିବା ଏବିପି ନିଉଜ୍‌-ଲୋକନୀତି-ସିଏସ୍‌ଡିଏସ୍‌ କହିଛି ଯେ ଅଗଷ୍ଟ ମାସର ୫୯% ଭୋଟ୍‌ କମି ଯାଇ ବିଜେପି ୪୭% ଭୋଟ୍‌ ପାଇବ। ୧୨% ଅଧିକ ପାଇ କଂଗ୍ରେସ ୪୧% ଭୋଟ୍‌ ପାଇବ।

ଅଗଷ୍ଟ ପ୍ରଥମାର୍ଦ୍ଧରେ କରାଯାଇଥିବା ପ୍ରାକ୍‌-ନିର୍ବାଚନୀ ପୋଲ୍‌ରେ ଜନଗଣଙ୍କ ମତଦାନ ପସନ୍ଦରେ ବିଜେପି କଂଗ୍ରେସ ଠାରୁ ୩୦% ଆଗୁଆ ଥିଲା। କିନ୍ତୁ, ତାହା ୬% ହ୍ରାସ ପାଇଛି।

ସୌରାଷ୍ଟ୍ର-କଚ୍‌ ଏବଂ ଉତ୍ତର ଗୁଜୁରାଟ- ଏ ଦୁଇ ଅଞ୍ଚଳରେ କଂଗ୍ରେସର ଉତ୍ଥାନ ଘଟୁଥିବା କଥା ସର୍ଭେରୁ ଜଣାପଡ଼ିଛି।

ସୌରାଷ୍ଟ୍ରରେ କଂଗ୍ରେସ ଏବଂ ବିଜେପି ପ୍ରତ୍ୟେକ ୪୨% ଭୋଟ୍‌ ହାସଲ କରିବେ। ଉତ୍ତର ଗୁଜୁରାଟରେ କଂଗ୍ରେସ ବିଜେପି ଠାରୁ ୭% ଆଗୁଆ ରହିଛି। ୧୮୨ ସଦସ୍ୟ ଗୁଜୁରାଟ ବିଧାନସଭା ଆସନରୁ ଏ ଉଭୟ ଅଞ୍ଚଳରେ ରହିଛି ୧୦୭ଟି ଆସନ।

ନିଜର ପାରମ୍ପରିକ ଦୁର୍ଗ କେନ୍ଦ୍ରୀୟ ଗୁଜରାଟରେ କଂଗ୍ରେସ ଅଡୁଆରେ ପଡ଼ି ଯାଇଥିବା କଥା ମନେ ହେଉଛି। ଏହି ଅଞ୍ଚଳରେ କଂଗ୍ରେସ ବିଜେପି ଠାରୁ ୧୬% ପଛରେ ପଡ଼ିଛି। ଏବେ ଦକ୍ଷିଣ ଗୁଜୁରାଟ ବିଜେପି ପାଇଁ ପଥ ପରିଷ୍କାର କରିଥିବା ମନେ ହୁଏ। ଏଠାରେ ବିଜେପି ୫୧% ଭୋଟ୍‌ ପାଇବାବେଳେ କଂଗ୍ରେସ ପାଇବ ୩୩% ବୋଲି ସର୍ଭେରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe