ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମିଶନ-୨୦୨୪ ନେଇ ରଣନୀତି ପ୍ରସ୍ତୁତ

Advertisment
ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମିଶନ-୨୦୨୪ ନେଇ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ନେତାମାନେ ବିଭିନ୍ନ ସମସ୍ୟା ଉପରେ ମାନସ ମନ୍ଥନ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବରିଷ୍ଠ ନେତାମାନେ ବୈଠକରେ ଯୋଗ ଦେଇଥିଲେ । ୨୦୨୪ ପାଇଁ ଖସଡ଼ା ପ୍ରସ୍ତୁତି ସହ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ବିଜେପିର ରାଜୈନିକ ଚିଠା ପ୍ରସ୍ତାବ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ କେଉଁ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଁଚିବ ସେନେଇ କାର୍ଯ୍ୟକାରିଣୀ ବୈଠକରେ ଚିଠା ପ୍ରସ୍ତୁତ ହୋଇଛି । ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଦଳ ଲଢେଇ କରିବ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟ ବିଜେପି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ। ବୈଠକ ପରେ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଛି ଦଳ ।

publive-image

ବିଜେପ ପକ୍ଷରୁ କୁହାଯାଇଛି ଯେ, ମୋଦୀ ସରକାର ଓଡ଼ିଶା ପାଇଁ ଟ୍ରେଜେରୀ ଖୋଲିଛନ୍ତି। କେନ୍ଦ୍ର ସରକାର ଦେଉଥିବା ଟଙ୍କା ଜନସାଧାରଣଙ୍କ ପାଖରେ ପହଁଚି ପାରୁନାହିଁ। ୩ବର୍ଷର ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ।  ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଁଚି ଥିବା ବେଳେ  ଚାଷୀଙ୍କ ଆୟ ନିମ୍ନମାନର। ପିଏମ କିଷାନ ଯୋଜନାରେ ଓଡିଶା ଚାଷୀ ଲାଭ ପାଇ ପାରୁ ନାହାଁନ୍ତି। ବିଜେପି କହିଛି ଯେ, ପକ୍କା ଘର ଦଳୀୟ ଭିତରେ ବଂଟା ଯାଉଛି। ଗତ ୫ ବର୍ଷ ମଧ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ନିଶ୍ଚିତ ଭାବେ ଏହା କ୍ଷୋଭର ବିଷୟ। ମମିତା ମେହେର, ପରି ଓ ମାହାଙ୍ଗା ପ୍ରସଙ୍ଗରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ।

ବିଦ୍ୟୁତ ବ୍ୟବସ୍ଥାରେ ଲୋକଙ୍କୁ ଶୋଷଣ କରାଯାଉଥିଲା ବେଳେ ଶିକ୍ଷା ବ୍ୟବସ୍ଥା ଧ୍ୱଂସ ହେବାରେ ଲାଗୁଛି। ଗାଁ ଗାଁରେ ଟ୍ରେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଛି। ସେହିପରି ପାନୀୟ ଜଳ ସମସ୍ୟା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ତଥାପି ୪୨ ପ୍ରତିଶତ ଘରକୁ ପିଇବା ପାଣି ମିଳି ପାରୁନି। ଓଡିଶାର ଶ୍ରମିକଙ୍କୁ କାମ ମିଳୁ ନଥିବାରୁ ସେମାନେ ଗୁଜୁରାଟରେ ଖଟୁଛନ୍ତି। ସେହିଭଳି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe