ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ବିଜେପିର ଆସନ ସଂଖ୍ୟା ବଢିପାରେ : ପ୍ରଶାନ୍ତ କିଶୋର

ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ ବିଜେପିର ଆସନ ସଂଖ୍ୟା ବଢିପାରେ : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟ ମତଦାନ ହୋଇଛି। ଆଉ ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ସମଗ୍ର ଦେଶରେ ୩୮୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ବିଜେପିକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ଲୋକସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏଥିସହିତ ସେ ଉତ୍ତର ଓ ପଶ୍ଚିମ ଭାରତ ରାଜ୍ୟରେ ନିର୍ବାଚନ ଫଳାଫଳ କୁ ନେଇ ମଧ୍ୟ ପୂର୍ବାନୁମାନ କରିଛନ୍ତି।

ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ବିଜେପିର ଆସନ ବୃଦ୍ଧି ପାଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।  ପାରମ୍ପରିକ ଭାବେ ଦୁର୍ବଳ ଥିବା ପୂର୍ବ ଓ ଦକ୍ଷିଣରେ ବିଜେପି ଯଥେଷ୍ଟ ସଫଳତା ହାସଲ କରୁଛି ବୋଲି ସେ କହିଛନ୍ତି। ଦକ୍ଷିଣ ଭାରତ ଏବଂ ପୂର୍ବ ଭାରତରେ ଉଭୟ ଭୋଟ୍ ପ୍ରତିଶତ ଏବଂ ଆସନ ପ୍ରତିଶତ ବୃଦ୍ଧି ପାଉଛି ।  ତାମିଲନାଡୁରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବଢ଼ିବ।  ବିଜେପିର ଗଡ଼ କୁହାଯାଉଥିବା ଉତ୍ତର ଓ ପଶ୍ଚିମ ଭାରତରେ ବିଜେପି ଅଧିକ ଆସନ ହରାଇଥିବା ମୁଁ ଦେଖୁନାହିଁ।

 ତେବେ ବିଜେପି ୩୭୦ ଆସନ ଜିତିବ ବୋଲି ଯେଉଁ ଲକ୍ଷ୍ୟ ରଖିଛି ତାହା ପୂରଣ ହେବା କଷ୍ଟକର ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe