Image Courtesy: India Today
ନୂଆଦିଲ୍ଲୀ: ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିବା ବିଜେପିର ଘତାଲା ପ୍ରାର୍ଥିନୀ ରବିବାର ସକାଳେ ପଶ୍ଚିମବଙ୍ଗର କେଶପୁର ଠାରେ ତୃଣମୂଳ କର୍ମୀମାନେ ଆକ୍ରମଣ କରିଛନ୍ତି।
ଧସ୍ତାଧସ୍ତିରେ ତାଙ୍କର ଅଙ୍ଗରକ୍ଷକଙ୍କ ମଧ୍ୟରୁ ଜଣକର ମୁଣ୍ଡରେ ଆଘାତ ଲାଗିଛି।
କେଶପୁର ଠାରେ ଦଳେ ମହିଳା ଭାରତୀ ଘୋଷଙ୍କୁ ପ୍ରବଳ ବିରୋଧ କରିଥିଲେ। ସେମାନେ ତୃଣମୂଳ କଂଗ୍ରେସ କର୍ମୀ ବୋଲି ବିଜେପି କର୍ମୀମାନେ କହିଛନ୍ତି।
ସେମାନେ ଭାରତୀଙ୍କ କାର୍କୁ ବାଡ଼ାବାଡ଼ି କରି କାଚ ଭାଙ୍ଗି ପକାଇଛନ୍ତି।
ପରେ ଭାରତୀ ପୁଣି କହିଛନ୍ତି କି, ବିଭିନ୍ନ ସ୍ଥାନରେ ତାଙ୍କର ଏଜେଣ୍ଟ୍ମାନଙ୍କୁ ଅପହରଣ କରି ନିଆଯାଇଛି।
ସେ ଅଭିଯୋଗ କରିଛନ୍ତି: ମୁଁ କେତୋଟି ବୁଥ୍ ପରିଦର୍ଶନ କରି ଯାହା ସବୁ ହେଇଛି ଦେଖିଲି। ଆପଣମାନେ ଅନ୍ୟ ଜାଗାଗୁଡ଼ିକୁ ଗଲେ ସେଇ ଏକ କଥା ଘଟୁଥିବାର ଦେଖିବେ। ମୁଁ ଆପଣଙ୍କୁ ସେଠାକୁ ନେଇ ଯିବି।
କେଶପୁର ବୁଥ୍ଗୁଡ଼ିକରେ ବି ସେମିତି ଘଟଣା ଘଟୁଛି। ପଶକୁରାରେ, ସବାଗାଓଁର ୧୦ ନମ୍ବର ଓ୍ଵାର୍ଡରେ, ପିଙ୍ଗଳାର ୫ ନମ୍ବର ଓ୍ଵାର୍ଡରେ ଏବଂ ଚାରିଆଡ଼େ ଏମିତି ଆକ୍ରମଣ ଚାଲିଛି।
Follow Us