ଭୁଲ୍‌ରେ ବିଜେପିକୁ ଭୋଟ୍‌ ଦେବା ପରେ ନିଜ ଆଙ୍ଗୁଠି କାଟି ପକାଇଲେ ବିଏସ୍‌ପି ସମର୍ଥକ

Advertisment
ଭୁଲ୍‌ରେ ବିଜେପିକୁ ଭୋଟ୍‌ ଦେବା ପରେ ନିଜ ଆଙ୍ଗୁଠି କାଟି ପକାଇଲେ ବିଏସ୍‌ପି ସମର୍ଥକ

The Better India

ମିରଟ: ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଦାନ ବେଳେ ବୁଲନ୍ଦସର ଅଞ୍ଚଳର ଶିକରପୁରର ଗୋଟାଏ ବୁଥ୍‌ରେ ଜଣେ ଦଳିତ ଭୋଟଦାତା ଇଭିଏମ୍‌ରେ ବହୁଜନ ସମାଜ ପାର୍ଟିର (ବିଏସ୍‌ପି) ସଙ୍କେତ ଥିବା ବଟନ୍‌ ନ ଟିପି ଭୁଲ୍‌କ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି) ସଙ୍କେତ ଥିବା ବଟନ୍‌ ଟିପି ଦେବା ପରେ ନିଜର ଆଙ୍ଗୁଠି କାଟି ପକାଇଛନ୍ତି।

ବୁଲନ୍ଦସରରେ ସମ୍ପ୍ରତି ସାଂସଦ ଥିବା ବିଜେପି ପ୍ରାର୍ଥୀ ଭୋଳା ସିଂହ ଏବଂ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟର ପ୍ରାର୍ଥୀ ଯୋଗେଶ ବର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

ଆଙ୍ଗୁଠି କାଟି ପକାଇଥିବା ବିଏସ୍‌ପି ସମର୍ଥକ ଜଣକ ହେଉଛନ୍ତି ୨୫ ବର୍ଷିୟ ପବନ କୁମାର। ନିର୍ବାଚନ ମଣ୍ଡଳୀର ଶିକରପୁର ଅନ୍ତର୍ଗତ ଅବ୍‌ଦୁଲ୍‌ପୁର ହୁଲାସନ୍‌ ଗାଁ’ର ବାସିନ୍ଦା ପବନ ବର୍ମାଙ୍କୁ ଭୋଟ୍‌ ଦେବାକୁ ଯାଇଥିଲେ, କିନ୍ତୁ ଦୈବାତ୍‌ ବିଜେପିକୁ ଭୋଟ୍‌ ଦେଇ ପକାଇଲେ।
ଆପଣା ଭୁଲ୍‌ର ହତାଶ ହୋଇ ପବନ ଘରକୁ ଫେରି ଗୋଟାଏ କଟୁରିରେ ନିଜ ଆଙ୍ଗୁଠି କାଟି ପକାଇଲେ।

ଏ ସଂକ୍ରାନ୍ତରେ ପରେ ପବନ ଗୋଟାଏ ଭିଡ଼ିଓ ରିଲିଜ୍‌ କରିଥିଲେ, ଯାହା ଏବେ ଟୁଇଟର୍‌ରେ ଅଛି। ସେଥିରେ ସେ କହିଛନ୍ତି ଆପଣା ଭୁଲ୍‌ ପାଇଁ ଅନୁତାପ କରିବାକୁ ସେ ତାଙ୍କ ଆଙ୍ଗୁଠି ଛେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe