ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଦ ଛୁଇଁ ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ମହଙ୍ଗା ପଡ଼ିଲା; ଭିଡିଓ ଭାଇରାଲ ହେବାପରେ ବିଜେପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କଲେ ନିର୍ବାଚନ କମିଶନ

Advertisment
ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଦ ଛୁଇଁ ନିଜ ସପକ୍ଷରେ ଭୋଟ ଭିକ୍ଷା କରିବା ମହଙ୍ଗା ପଡ଼ିଲା; ଭିଡିଓ ଭାଇରାଲ ହେବାପରେ ବିଜେପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କଲେ ନିର୍ବାଚନ କମିଶନ

Latestly

ବୁଲନ୍ଦସର: ଉତ୍ତରପ୍ରଦେଶର ବୁଲନ୍ଦସର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭୋଲା ସିଂହ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ହେଉଥିବା ଭୋଟ ଗ୍ରହଣ କାଳରେ ଏକ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ସହ ସେଠାରେ ଭୋଟ ଦେଉଥିବା ମତଦାତାମାନଙ୍କର ପାଦକୁ ଛୁଇଁ ମୁଣ୍ଡିଆ ମାରିବା ସହ ତାଙ୍କ ସପକ୍ଷରେ ଭୋଟ ଦାନ କରିବାକୁ ଅନୁରୋଧ କରିବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ନିର୍ବାଚନ କମିଶନ ସଂପୃକ୍ତ ବିଜେପି ପ୍ରାର୍ଥୀ ଭୋଲା ସିଂହଙ୍କୁ ଗୃହବନ୍ଦୀ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

publive-image

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବୁଲନ୍ଦସର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭୋଲା ସିଂହ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ହେଉଥିବା ଭୋଟ ଗ୍ରହଣ କାଳରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶର୍ମା ଇଣ୍ଟର କଲେଜ ଭୋଟ ଗ୍ରହଣ କେନ୍ଦ୍ରରେ ଯାଇ ପହଞ୍ଚିଥିଲେ। ସେଠାରେ ସେ ସୁରକ୍ଷା କର୍ମୀମାନଙ୍କୁ ତାଙ୍କର ପରିଚୟ ପତ୍ର ଦେଖାଇ ସଂପୃକ୍ତ ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟକୁ ଯାଇଥିଲେ। ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପରେ ବିଜେପି ପ୍ରାର୍ଥୀ ଭୋଲା ସିଂହ ସେଠାରେ ଭୋଟଦାନ କରିବା ପାଇଁ ଉପସ୍ଥିତ ଥିବା ଭୋଟରମାନଙ୍କର ପାଦଛୁଇଁ ମୁଣ୍ଡିଆ ମରିବା ସହ ତାଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।


ତେବେ, ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଘଟଣା ସଂପର୍କରେ ବହୁଜନ ସମାଜ ପାର୍ଟି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ନିର୍ବାଚନ କମିଶନ ଘଟଣା ସଂପର୍କରେ ତଦନ୍ତ କରି ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଂପୃକ୍ତ ବିଜେପି ପ୍ରାର୍ଥୀ ଭୋଲା ସିଂହଙ୍କୁ ଗୃହବନ୍ଦୀ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe