କଂସେଇ ଓ ମଦବ୍ୟବସାୟୀମାନେ ବିଜେପିକୁ ଭୋଟ ଦେଲେ ନାହିଁ: ଗୁଜରାଟ ମନ୍ତ୍ରୀ

Advertisment
କଂସେଇ ଓ ମଦବ୍ୟବସାୟୀମାନେ ବିଜେପିକୁ ଭୋଟ ଦେଲେ ନାହିଁ: ଗୁଜରାଟ ମନ୍ତ୍ରୀ

ଅହମଦାବାଦ: କଂସେଇ ଓ ମଦବ୍ୟବସାୟୀମାନେ ଭୋଟ ଦେଲେ ନାହିଁ ବୋଲି ଭାରତୀୟ ଜନତା ପାର୍ଟିକୁ ୯୯ଟି ସିଟ ମିଳିଛି। ବିଧାନସଭାରେ ରାଜ୍ୟପାଳ ଓପି କୋହଲିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବେଳେ ଗୁଜରାଟ ଗୃହ ରାଜ୍ୟ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଏହା କହିଛନ୍ତି।

କିଛି ଦିନ ତଳେ ଏମିତି ମନ୍ତବ୍ୟ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଜାଡେଜା କହିଥିଲେ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, କିଏ ଆମକୁ ଭୋଟ ଦେଇ ନାହିଁ। କଂସେଇମାନେ ଆମକୁ ଭୋଟ୍‌ ଦେଇ ନଥିଲେ କାରଣ ଆମେ ଗୋହତ୍ୟା ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଛୁ। ଏଥି ପାଇଁ ସେମାନଙ୍କର ଆଉ ଉପରେ କ୍ରୋଧ ଅଛି। ମଦ ବେପାରିମାନେ ମଧ୍ୟ ଆମକୁ ଭୋଟ ଦେଇ ନାହାଁନ୍ତି। ବିଜେପି ସରକାର ମଦ ନିଷିଦ୍ଧକୁ ଗୁରୁତ୍ୱ ଦେଉଛି।

ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନରେ ସମୁଦାୟ ୧୮୨ ସିଟ୍‌ରୁ ବିଜେପିକୁ ୯୯ଟି ସିଟ୍‌ ମିଳିଥିଲା। କଂଗ୍ରେସକୁ ମାତ୍ର ୭୭ଟି ଆନସ ମିଳିଥିଲା। ବିଧାନସଭାରେ ବଜେଟ ଅଧିବେଶନ ବେଳେ ବିଜେପିକୁ ନିର୍ବାଚନରେ ଖରାପ ପ୍ରଦର୍ଶନ ନେଇ ଆଲୋଚନା ହୋଇଥିଲା। କଂଗ୍ରେସ ବିଧାୟକ ବିକ୍ରମ କହିଥିଲେ, ବିଜେପିକୁ ଏବିଷୟରେ ଆଲୋଚନା କରିବାର ଅଛି ଯେ, ୯୯ଟି ଆସନ କାହିଁକି ମିଳିଥିଲା। ଉତ୍ତରରେ ଜାଡେଜା କହିଥିଲେ, କିଛି ସ୍କୁଲର ମାଲିକମାନେ ମଧ୍ୟ ଆମ ଉପରେ କ୍ରୋଧ ରଖିଥିଲେ, କାରଣ ଆମେ ଛାତ୍ରଛାତ୍ରୀଙ୍କ ଶୁଲ୍କ ପ୍ରତି ମଧ୍ୟ ଅଙ୍କୁଶ ଲଗାଇଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe