ସି ଭୋଟର୍‌ ଜନମତ ସର୍ଭେ : ରାଜସ୍ଥାନ-ମଧ୍ୟପ୍ରଦେଶ-ତେଲେଙ୍ଗାନାରେ କଂଗ୍ରେସ ସରକାର

Advertisment

ଛତିଶଗଡ଼ ଏବଂ ମିଜୋରାମରେ କଡ଼ା ମୁକାବିଲା

ଛତିଶଗଡ଼ ଏବଂ ମିଜୋରାମରେ କଡ଼ା ମୁକାବିଲା

ସି ଭୋଟର୍‌ ଜନମତ ସର୍ଭେ : ରାଜସ୍ଥାନ-ମଧ୍ୟପ୍ରଦେଶ-ତେଲେଙ୍ଗାନାରେ କଂଗ୍ରେସ ସରକାର

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଖୁସି ଖବର ଆଣିଛି ସି-ଭୋଟର୍‌ ଜନମତ ସର୍ଭେ। ଏହି ସର୍ଭେ ମୁତାବକ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାରେ ସରକାର ଗଠନ କରିବ। ତେବେ ମିଜୋରାମ ଏବଂ ଛତିଶଗଡ଼ରେ କଡ଼ା ମୁକାବିଲା ହେବ ଏବଂ ଏଠାରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ବୋଲି କୁହାଯାଇଛି। ରାଜସ୍ଥାନରେ ପ୍ରତି ନିର୍ବାଚନରେ ସରକାର ବଦଳୁଥିବା ପରମ୍ପରା ରହିଥିବା ବେଳେ ଏଥର କଂଗ୍ରେସ ଦଖଲକୁ ରାଜସ୍ଥାନ ଯିବ ବୋଲି ସର୍ଭେରୁ ଜଣାପଡ଼ିଛି। କଂଗ୍ରେସ ଏଠାରେ ୧୪୫ ଆସନ ପାଇବ ଏବଂ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନେତୃତ୍ବରେ ବିଜେପିକୁ ବଡ଼ ପରାଜୟର ସାମ୍ନା କରିବାକୁ ହେବ ବୋଲି ଆକଳନ କରାଯାଇଛି। ଏଠାରେ ହୋଇଥିବା ଜନମତ ସର୍ଭେ ମୁତାବକ ବିଜେପି କେବଳ ୪୫ ଆସନ ପାଇବ ଏବଂ ବିଜେପିର ଭୋଟ୍‌ ପ୍ରତିଶତ ୩୯.୭ ପ୍ରତିଶତ ରହିବ। ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସର ଭୋଟ୍‌ ପ୍ରତିଶତ ୪୭.୯ ରହିବ ବୋଲି ଆକଳନ କରାଯାଇଛି। ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ବ୍ୟବଧାନରେ କଂଗ୍ରେସ କ୍ଷମତାକୁ ଫେରିବ ଏବଂ ଏହାର ଭୋଟ୍‌ ପ୍ରତିଶତ ୪୨.୩ ରହିବ ବୋଲି କୁହାଯାଇଛି। ବିଜେପି ଏଠାରେ ୧୦୭ ଏବଂ କଂଗ୍ରେସ ୧୧୬ ଆସନ ପାଇବ ବୋଲି ଆକଳନ କରାଯାଇଛି। ତେଲେଙ୍ଗାନାରେ କଂଗ୍ରେସ-ଟିଡିପି ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମଳିବ ଏବଂ ଉଭୟ ଦଳ ୬୪ ଆସନରେ ବିଜୟୀ ହେବେ ବୋଲି ସର୍ଭେରୁ ଜଣାପଡ଼ିଛି। ମିଜୋରାମରେ ଏମ୍‌ଏନ୍‌ଏଫ୍‌କୁ ୧୭ ଆସନ, କଂଗ୍ରେସକୁ ୧୨ ଆସନ ଏବଂ ଜେଡ୍‌ପିଏମ୍‌କୁ ୯ଟି ଆସନ ମିଳିବ ବୋଲି ଆଳନ କରାଯାଇଛି। ଛତିଶଗଡ଼ରେ ସି ଭୋଟର୍‌ ସର୍ଭେ କଂଗ୍ରେସକୁ ୪୧ଟି ଆସନ ଦେଇଥିବା ବେଳେ ବିଜେପିକୁ ୪୩ ଆସନ ଦେଇଛି। ଏଠାରେ କଂଗ୍ରେସର ଭୋଟ୍‌ ପ୍ରତିଶତ ୪୨.୨ ଏବଂ ବିଜେପିର ଭୋଟ୍‌ ପ୍ରତିଶତ ୪୧.୬ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe