ଚତୁର୍ଥ ପର୍ଯ୍ୟାୟ ଲାଗି ପ୍ରଚାର ସରିଲା : ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ମତଦାନକୁ ଅପେକ୍ଷା

Advertisment
ଚତୁର୍ଥ ପର୍ଯ୍ୟାୟ ଲାଗି ପ୍ରଚାର ସରିଲା : ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ମତଦାନକୁ ଅପେକ୍ଷା

ଭୁବନେଶ୍ୱର:  ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ଆଜି ଅପରାହ୍ଣ ୫ଟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୪୧ଟି ( କେନ୍ଦ୍ରାପଡ଼ାର ପାଟକୁରାରେ ମତଦାନ ମେ ୧୯ରେ ହେବ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ସରିଛି। ରାଜ୍ୟର କେନ୍ଦ୍ରାପଡ଼ା,ଜଗତସିଂହପୁର,ଯାଜପୁର,ଭଦ୍ରକ,ବାଲେଶ୍ୱର ଓ ମୟୁରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ୬ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୧ ବିଧାନସଭା ଆସନରେ ଆଜି ପ୍ରାର୍ଥୀ ଓ ନେତା ସେମାନଙ୍କ ପ୍ରଚାରରେ ଶେଷ ସ୍ପର୍ଶ ଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳୁ ସକାଳୁ କେନ୍ଦ୍ରାପଡାରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରି ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶେଷ କରିଛନ୍ତି। ବିଜେଡି ସୁପ୍ରିମୋ ନବୀନ ଆଜି ବିଭିନ୍ନ ସ୍ଥାନରେ ରୋଡ ସୋ କରିବା ସହ ଜନସଭା ମଧ୍ୟ କରିଛନ୍ତି। ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଓଡ଼ିଶା ଆସି ପ୍ରଚାର କରିଛନ୍ତି। ସେ ରାଜ୍ୟରେ ଦୁଇଟି ନିର୍ବାଚନ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ଶାହା ମୟୁରଭଞ୍ଜର ମୋରଡା ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିଛନ୍ତି।

publive-image indianexpress.com

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗତକାଲି ବାଲେଶ୍ୱରର ରେମୁଣାଠାରେ ଏକ ବିରାଟ ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଏହାସହ ବିଜେଡି,ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି।

ତେବେ ଆଜି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିଛି। ରାଜନୈତିକ ଗୁରୁତ୍ୱ ହେତୁ ଚର୍ଚ୍ଚାରେ ରହିଛି ଏହି ଲୋକସଭା ନିର୍ବାଚନ ମଣ୍ଡଳୀ। ବିଜୁ ପଟ୍ଟନାୟକଙ୍କ ଗଡ ରୂପେ ପରିଚିତ କେନ୍ଦ୍ରାପଡାରେ ବିଜେଡି ଲୋକସଭା ଓ ନିର୍ବାଚନା ହେଉଥିବା ସମସ୍ତ ୬ ବିଧାନସଭା କ୍ଷେତ୍ରରେ ବିଜୟ ଲାଭ ଲାଗି ଜୋର୍‌ଦାର୍‌ ପ୍ରୟାସ ଚଳାଇଥିବା ବେଳେ କଂଗ୍ରେସ ଏହାର ଦୁଇ ବିଧାନସଭା ଆସନ ଆଳି ଓ ରାଜନଗରକୁ ପୁଣି ଥରେ ପାଖରେ ରଖିବାକୁ ଉଦ୍ୟମ ଜାରି ରଖିଛି। ଅନ୍ୟପକ୍ଷରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ଆସନରୁ ନିଜର ବିଜୟକୁ ଦୋହରାଇବାକୁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe