Image Courtesy of India Today
ଲକ୍ଷ୍ନୌ: ମେଣ୍ଟ ପାଇଁ କଂଗ୍ରେସର ଉଦ୍ୟମକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ରାହୁଲ୍ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ତୀବ୍ର ସମାଲୋଚନା କରି ଆଜି ଦଳିତ ନେତ୍ରୀ ମାୟାବତୀ କହିଛନ୍ତି ଯେ, ଗାନ୍ଧୀ ଆପଣା ଦଳକୁ ଶୃଙ୍ଖଳିତ ପାରୁ ନାହାନ୍ତି ସେଥିରେ ପୁଣି ‘ବିଏସ୍ପି’କୁ ସମାଲୋଚନା କରୁଛନ୍ତି।
ରାହୁଲ୍ ଡାହା ମିଛ କହୁଛନ୍ତି ବୋଲି କହିବା ସହ ମାୟାବତୀ କହିଛନ୍ତି ଯେ, ଉତ୍ତର ପ୍ରଦେଶ ନିର୍ବାଚନରେ ହାରିବା କାରଣ ନିମନ୍ତେ ଏହି ସବୁ ଛୋଟମୋଟ ଘଟଣା ଉପରେ ଗୁରୁତ୍ବ ନ ଦେବା ଉଚିତ। ଏହା ଠାରୁ ଆହୁରି ଅନେକ କିଛି ବଡ଼ କାରଣ ଅଛି।
Image Courtesy of Enewsaapସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ମନ୍ତବ୍ୟ ଦେବା ପୂର୍ବରୁ କଂଗ୍ରେସ ୧୦୦ ଥର ଭାବିବା ଉଚିତ। ସେମାନେ ‘ବିଜେପି’କୁ ଜିଣିବାରେ ଅସମର୍ଥ ହେଲେ କିନ୍ତୁ, ‘ବିଏସ୍ପି’କୁ ସମାଲୋଚନା କରୁଛନ୍ତି। କ୍ଷମତାରେ ଥିବା ବେଳେ ଏବଂ କ୍ଷମତାରେ ନ ଥିବା ବେଳେ କଂଗ୍ରେସ ଉତ୍ତର ପ୍ରଦେଶ ପାଇଁ କିଛି କରିନାହିଁ।
ରାହୁଲ୍ଙ୍କ ସ୍ବର୍ଗତ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ‘ବହୁଜନ ସମାଜ ପାଟି’କୁ ବଦନାମ କରିବାକୁ ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ, ଶନିବାର ଦିନ ରାହୁଲ୍ ଗାନ୍ଧୀ କହିଥିଲେ ଯେ, ମେଣ୍ଟ ଗଠନ ପାଇଁ କଂଗ୍ରେସ ମାୟାବତୀଙ୍କୁ ପ୍ରସ୍ତାବ ଦେଇଥିଲା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ବି ଯଚାଯାଇ ଥିଲା କିନ୍ତୁ, ସେ କଂଗ୍ରେସ ସହିତ କଥାବାର୍ତ୍ତା ମଧ୍ୟ କଲେନାହିଁ।
ତେଣୁ, ‘ବିଏସ୍ପି’ ମୁଖ୍ୟଙ୍କୁ କଟୁ ସମାଲୋଚନା କରି ରାହୁଲ୍ ଅଭିଯୋଗ କରିଥିଲେ ଯେ, ‘ସିବିଆଇ’, ‘ଇଡି’ ଓ ‘ପେଗାସସ୍’ କାରଣରୁ ମାୟାବତୀ ଶାସକ ‘ବିଜେପି’କୁ ରାଜ୍ୟରେ ଜିଣିବା ପାଇଁ ପଥ ପରିଷ୍କାର କରିଦେଲେ।
Follow Us