ଚକ୍ରଧର ପାଇକ ବିଜେଡିରେ

Advertisment
ଚକ୍ରଧର ପାଇକ ବିଜେଡିରେ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ମୋହନାର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ପାଇକ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିବା ସହ ତାଙ୍କ ଯୋଗଦାନ ଗଜପତି ଜିଲ୍ଲା ସହ ମୋହନା ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତିବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ଶ୍ରୀ ପାଇକ କହିଥିଲେ, ମୁଁ ଦୀର୍ଘ ଦିନ ଧରି ବିଜୁ ବାବୁଙ୍କ ସହିତ ଥି‌ଲି। ବିଜୁ ବାବୁଙ୍କ ଦଳ ଉତ୍କଳ କଂଗ୍ରେସରେ ରହି ୧୯୭୪ ମିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲି। ତେଣୁ ଆଜି ବିଜେଡିରେ ଯୋଗ ଦେବା ଫଳରେ ମୋର ଘର ବାହୁଡ଼ା ହୋଇଛି। ଦଳ ଯେଉଁ ଦାୟିତ୍ବ ଦେବ, ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି।

ମିଶ୍ରଣ ପର୍ବରେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe