ଘୋଡ଼ାବେପାର ଭୟ ଯୋଗୁଁ ଅଶୋକ ଗେହଲଟ୍‌ଙ୍କ ବିଧାୟକମାନେ ଚାର୍ଟର୍ ବିମାନରେ ଜୟସାଲମେର୍ ଯିବେ 

ଘୋଡ଼ାବେପାର ଭୟ ଯୋଗୁଁ ଅଶୋକ ଗେହଲଟ୍‌ଙ୍କ ବିଧାୟକମାନେ ଚାର୍ଟର୍ ବିମାନରେ ଜୟସାଲମେର୍ ଯିବେ 

Image Courtesy of Hindustan Times

ଜୟପୁର: ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଚାଲିବ ବୋଲି ଘୋଷଣା କରାଯିବା ପରେ ଘୋଡ଼ାବେପାର ଦର ବୃଦ୍ଧି ପାଇଥିବା ଅଭିଯୋଗ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସମ୍ପ୍ରତି ତାଙ୍କ ବିଧାୟକମାନଙ୍କୁ ରାଜ୍ୟ ରାଜଧାନୀ ଜୟପୁର ଠାରୁ ୫୫୦ କିଲୋମିଟର୍ ଦୂର ଜୟସା‌ଲମେର୍‌କୁ ନେବା ବନ୍ଦୋବସ୍ତ କରିଛନ୍ତି।

ସଚିନ ପାଇଲଟ ଏବଂ ଅନ୍ୟ ୧୮ ଜଣ କଂଗ୍ରେସ ବିଧାୟକ ସରକାରଙ୍କ ବିରୋଧରେ ବିଦ୍ରୋହ କରି ରାଜନୈତିକ ସଙ୍କଟ ଉତ୍ପନ୍ନ କରିବା କାରଣରୁ ଜୁଲାଇ ୧୩ ତାରିଖ ଠାରୁ ବିଧାୟକମାନେ ଜୟପୁର ବାହାରେ ଥିବା ଏକ ହୋଟେଲ୍‌ରେ ଅବସ୍ଥାପନ କରୁଛନ୍ତି। ବିଧାୟକମାନଙ୍କୁ ନୂତନ ଗନ୍ତବ୍ୟସ୍ଥଳକୁ ନେବା ନିମନ୍ତେ ଚାର୍ଟର୍‌ ବିମାନ ବନ୍ଦୋବସ୍ତ କରାଯାଇଛି। ପର୍ଯ୍ୟାୟକ୍ରମେ ବିଧାୟକମାନଙ୍କୁ ସ୍ଥାନାନ୍ତର କରାଯିବ।

publive-image Image Courtesy of The Times of India

ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଦାବି କରିଛନ୍ତି ଯେ, ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଡାକିବାକୁ ବୁଧବାର ରାତିରେ ରାଜ୍ୟପାଳ କଲରାଜ ମିଶ୍ର ରାଜି ହେବା ପର ଠାରୁ ବିଧାୟକମାନଙ୍କ ପାଖକୁ ଫୋନ୍ କଲ୍ ଆସୁଛି। ଗେହଲଟ୍‌ ପୂର୍ବରୁ କହିଥିଲେ ଯେ, ପ୍ରଥମ କିସ୍ତିରେ ଘୋଡ଼ାବେପାରର ଦର ୧୦ କୋଟି ଥିବା ବେଳେ ଦ୍ବିତୀୟ କିସ୍ତିରେ ୧୫ କୋଟି ରହିଛି।

ଛାଡ଼ି ଯାଇଥିବା ବିଧାୟକମାନଙ୍କ ମଧ୍ୟରୁ କେଉଁମାନେ ପ୍ରଥମ କିସ୍ତି ‌ଗ୍ରହଣ କରିଛନ୍ତି ତାହା ମୁଁ ଜାଣିନାହିଁ। କେତେକ ମଧ୍ୟ ଗ୍ରହଣ ନ କରି ପାରିଥାଆନ୍ତି। ମୁଁ ଚାହେଁ ସେମାନେ ଫେରି ଆସନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe