ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା ନ ଥିଲା; ଏବେ ଭୋଟ୍‌ ପାଇଁ ପ୍ରତିଦିନ ଦୌଡୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା ନ ଥିଲା; ଏବେ ଭୋଟ୍‌ ପାଇଁ ପ୍ରତିଦିନ ଦୌଡୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟର ବିପତ୍ତି ବେଳେ ପ୍ରଧାନମନ୍ତ୍ରୀଙ୍କର ଦେଖା ନ ଥିଲା, ଏବେ ଭୋଟ୍‌ ପାଇଁ ପ୍ରତିଦିନ ଦୌଡୁଥିବା କଥା ବୁଧବାର ଦିନ ବାଲେଶ୍ୱର ଓ ଭୋଗରାଇ ଠାରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ଆସିଥିବାରୁ ସେ ନିଜେ ଖୁସ ବୋଲି କହିଥିଲେ। ତାଙ୍କ କଥା ଶୁଣିବାକୁ ଖରା ସତ୍ତ୍ୱେ ଆସିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

ସମବେତ ହଜାର ହଜାର କର୍ମୀ ଓ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ସେ କହିଲେ ଯେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ପୁଣି ଦିଆଯିବ।

ବାଲେଶ୍ୱର ମେଡିକାଲ କଲେଜ ପ୍ରସଙ୍ଗ ଉଠାଇ ସେ କହିଲେ କି, ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି। କେନ୍ଦ୍ର ଦେଇଛି ମାତ୍ର ୧୦୦ କୋଟି ଟଙ୍କା। କେନ୍ଦ୍ରର ଜଣେ ମନ୍ତ୍ରୀ ମେଡିକାଲ କଲେଜ ସ୍ଥାପନାକୁ ବିରୋଧ କରିବାରୁ ରାଜ୍ୟ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା।

କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଲେ, ଫାଇଲିନ୍‌, ତିତିଲି, ହୁଡୁହୁଡ୍‌ ଆଦି ବାତ୍ୟା ଏବଂ ମରୁଡ଼ି ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe