ବିଜେପୁର ଉପ-ନିର୍ବାଚନ: ୨୦ରୁ ୨ ଦିନିଆ ପ୍ରଚାରରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ

ନିଷ୍ପତ୍ତିର ପୁନର୍ବିଚାର କଲେ ନବୀନ, ସଂସଦୀୟ ସ୍ଥାୟୀ କମିଟିରେ ବିଜେଡ଼ି ସାଂସଦଙ୍କ ସଦସ୍ୟତା ଜାରି ରହିବ

ଭୁବନେଶ୍ୱର/ବରଗଡ଼: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପ-ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କ ଭିତରେ ସେତିକି ଛକାପଞ୍ଝା ଲାଗି ରହୁଛି। ଏଠାରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ଯୋରଦାର ପ୍ରଚାର ଚାଲିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ଫେବ୍ରୁଆରି ୨୦ରୁ ପ୍ରଚାର କରିବେ। ଦୁଇ ଦିନିଆ ପ୍ରଚାର ଗସ୍ତରେ ଯିବାକୁ ଥିବା ନବୀନ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଚାରରେ ନିଜ ସରକାରର ଗୁଣ ବଖାଣିବେ। ପୂର୍ବରୁ ନବୀନଙ୍କ ପ୍ରଚାର ପାଇଁ ୧୯ ଓ ୨୧ ତାରିଖ ନିର୍ଦ୍ଧାରଣ କରାଯାଇଥିଲା।

ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ଭାବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନେଇ ନିର୍ବାଚନ ପ୍ରଚାର କରିଛି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ ନେତା ଜୟଦେବ ଜେନା, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ପକ୍ଷରୁ ଷ୍ଟାର ଭାବରେ ପ୍ରଚାର କରୁଛନ୍ତି।

ଏହି ସେକ୍‌ସନ୍‌ରେ ଅଧିକ ଖବର...

publive-image

ବିଜେପୁର ଉପନିର୍ବାଚନରେ ବିଜେଡି ନ ଜିତିଲେ ରାଜନୀତି ଛାଡ଼ିଦେବି: ପ୍ରଦୀପ ମହାରଥୀ

୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜେପୁରରୁ ବିଜୟୀ ହୋଇଥିବାରୁ କଂଗ୍ରେସ ପୁଣି ଥରେ ଏହି ଆସନ ନିଜ ହାତକୁ ଆଣିବ ବୋଲି ଆତ୍ମବିଶ୍ୱାସ କରୁଛି। ସେହିଭଳି ଗତ ବର୍ଷ ପଞ୍ଚାୟତରାଜ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଭଲ ସମର୍ଥନ ମିଳିଥିବାରୁ ବିଜେପି ଅନେକ ଆଶା କରୁଛି।

ଉପନିର୍ବାଚନ ଆଉ ୬ ଦିନ ପରେ ହେଉଥବାରୁ ଶାସକ ବିଜୁ ଜନତା ଦଳ, ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯୋରଦାର ପ୍ରଚାର ଚାଲିଛି। ମତଦାତାଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରବଳ ଉଦ୍ୟମ କରୁଛନ୍ତି। ଏଥି ପାଇଁ ବିପରୀତ ଦଳକୁ ଟାର୍ଗେଟ ବନାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe