ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରିବି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ଶେଷ ନିଃଶ୍ୱାସ ଥିବା ଯାଏଁ ଆପଣମାନଙ୍କ ସେବା କରିବି:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶୁକ୍ରବାର ପୂର୍ବାହ୍ନରେ ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମାର ଗୋଡ଼ କଲେଜ ପଡ଼ିଆରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି ଓଡ଼ିଆଙ୍କୁ କାଳିଆ ଯୋଜନାରୁ ବଞ୍ଚିତ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ପୁଣି ଦିଆଯିବ। ଏଥର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଁଏ ଦିଆଯିବ।

ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ଆସିଥିବାରୁ ସେ ନିଜେ ଖୁସ ବୋଲି କହିଥିଲେ। ପ୍ରଚଣ୍ଡ ଖରାରେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

୧୯୯୯ ମହାବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରୁଛି। ଭୋଟ୍‌ ସମୟରେ କେନ୍ଦ୍ରୀୟ ନେତାମାନେ ଆସି ଭୋଟ୍‌ ମାଗୁଛନ୍ତି। ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି।

ମୋତେ ଆଶୀର୍ବାଦ କରନ୍ତୁ ଓ ଶଙ୍ଖ ଚିହ୍ନରେ ଭୋଟ୍‌ ଦିଅନ୍ତୁ। ଶେଷ ନିଃଶ୍ୱାସ ଥିବା ଯାଏଁ ମୁଁ ଆପଣମାନଙ୍କର ସେବା କରିବି। ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲିକ ଓ ବିଧାୟକ ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କୁ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe