ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ବଡଚଣାରୁ ଅଜୟ ସାମଲ, ନିମାପଡାରୁ ଦିଲ୍ଲୀପ ନାୟକ

ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ବଡଚଣାରୁ ଅଜୟ ସାମଲ, ନିମାପଡାରୁ ଦିଲ୍ଲୀପ ନାୟକ

Image Courtesy of Zee News

ଭୁବନେଶ୍ବର:  ଆଜି ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ନିମାପଡା ଓ ବଡଚଣା ବିଧାନସଭା ଆସନ ପାଇଁ ଆଜି ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବଡଚଣାରୁ କଂଗ୍ରେସ ପ୍ରାର୍ଥୀ ହେବେ ଅଜୟ ସାମଲ । ଏଠାରୁ ନିର୍ବାଚନ ଲଢିବାକୁ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ମନା କରିଦେଇଥିଲେ । ସୀତାକାନ୍ତ ମହାପାତ୍ର ଟିକେଟ୍ ମିଳିବାରେ ବିଳମ୍ବର ଅଭିଯୋଗ ଦର୍ଶାଇ ଶେଷ ମୁହୂର୍ତ୍ତରେ ନିର୍ବାଚନ ଲଢିବାକୁ ମନାକରିଦେଇଥିଲେ । ଏହା ପରେ ଆଜି ସକାଳୁ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ସେହିଭଳି ନିମାପଡାରୁ ଲଢିବେ ଦିଲ୍ଲୀପ ନାୟକ । ଆଜି ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏଠାରେ ନିର୍ବାଚନ ଲଢିବାକୁ ସତ୍ୟବ୍ରତ ପାତ୍ର ମନାକରିଦେବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ ଫେରାଇ ଦେଇଥିଲେ। ଟିକେଟ ଫେରାଇବା ସହ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ସତ୍ୟବ୍ରତ ।

ଦିନକୁ ଦିନ କଂଗ୍ରେସ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । କିଏ ଟିକେଟ ଘୋଷଣାରେ ବିଳମ୍ବ ପାଇଁ ଦଳ ଛାଡ଼ୁଛି ତ ଆଉ କିଏ ଟିକେଟ ପାଇ ମଧ୍ୟ ଫେରାଇ ଦେଉଛି ।ଏହା ପୂର୍ବରୁ ପିପିଲି ବିଧାନସଭା ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ, ତିର୍ତୋଲ୍ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କବିସୂର୍ଯ୍ୟନଗର ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe