ପ୍ରଦେଶ କଂଗ୍ରେସ ସମନ୍ଵୟ କମିଟି ବୈଠକ : ଅଗଷ୍ଟ ୯ରେ କର୍ମୀଙ୍କ ଘର ଉପରେ ଉଡ଼ିବ କଂଗ୍ରେସ ପତାକା

Advertisment
ପ୍ରଦେଶ କଂଗ୍ରେସ ସମନ୍ଵୟ କମିଟି ବୈଠକ : ଅଗଷ୍ଟ ୯ରେ କର୍ମୀଙ୍କ ଘର ଉପରେ ଉଡ଼ିବ କଂଗ୍ରେସ ପତାକା

ଭୁବନେଶ୍ୱର : ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ସମସ୍ତ ଦଳୀୟ କର୍ମୀ ଓ ନେତା ନିଜ ନିଜ ଘର ଉପରେ କଂଗ୍ରେସ ପତାକା ଉଡ଼ାଇବେ। ବୁଥ୍‌, ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ କଂଗ୍ରେସ ଦଳୀୟ କର୍ମୀ, ନେତା ଏବଂ ବିଭିନ୍ନ ଛାମୁଆ ସଂଗଠନ ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ କମିଟିର ଜଣେ ଜଣେ ସଦସ୍ୟ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ୱରେ ରହିବେ।

ଆଜି କଂଗ୍ରେସ ଭବନଠାରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ପ୍ରଦେଶ କଂଗ୍ରେସ ସମନ୍ଵୟ କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତିମାନ ନିଆଯାଇଛି। ଦଳର ସମସ୍ତ ନେତା ଗୋଟିଏ ଗୋଟିଏ ବୁଥ୍‌ ସହ ସଂଯୁକ୍ତ ହେବେ। କମିଟିର ସଦସ୍ୟମାନଙ୍କର କାର୍ଯ୍ୟ ଓ ଅନୁଭୂତିକୁ ନେଇ ପ୍ରତିମାସରେ ଥରେ ବୈଠକ ବସିବା ପାଇଁ ସ୍ଥିର କରାଯାଇଛି। ତୃଣମୁଳ ସ୍ତରରେ ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ଛାତ୍ର, ଯୁବକ ମଧ୍ୟବିତ୍ତ, ବ୍ୟବସାୟୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଦାୟିତ୍ୱରେ ଥିବା କର୍ମକର୍ତାମାନଙ୍କ ମତାମତ ଆଧାରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଫଳତା ଓ ଦୁର୍ନୀତି ବିରୁଦ୍ଧରେ ଚାର୍ଜସିଟ୍‌ ଦିଆଯିବ। ବୈଠକରେ କମିଟିର ଆବାହକ ଜଗନ୍ନାଥ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe