ଚିଠି ପ୍ରସଙ୍ଗରେ କୈଫିୟତ୍ ଦେବା ସହ ଇସ୍ତଫା ଦେବେ ବୋଲି କହିଲେ ଗୁଲାମ ନବି ଆଜାଦ୍

Advertisment
ଚିଠି ପ୍ରସଙ୍ଗରେ କୈଫିୟତ୍ ଦେବା ସହ ଇସ୍ତଫା ଦେବେ ବୋଲି କହିଲେ ଗୁଲାମ ନବି ଆଜାଦ୍

Image Courtesy of The New Indian Express

ନୂଆଦିଲ୍ଲୀ: କଂଗ୍ରେସର ଅଭ୍ୟନ୍ତରୀଣ ବ୍ୟବସ୍ଥାକୁ ପୂର୍ଣ୍ଣରୂପେ ଯାଞ୍ଚ କରିବାକୁ ଅନୁରୋଧ କରି ୨୩ଜଣ କଂଗ୍ରେସ ନେତା ଲେଖିଥିବା ଚିଠିର ଅନ୍ୟତମ ସ୍ବାକ୍ଷରକାରୀ ଗୁଲାମ ନବି ଆଜାଦ୍ ସୋମବାର ଦିନ କହିଛନ୍ତି ‌ଯେ, ସେ ଯଦି କୌଣସି ଉପାୟରେ ବିଜେପିକୁ ସାହାଯ୍ୟ କରୁଥାଆନ୍ତି କିଂବା ବିଜେପି ତରଫରୁ କାର୍ଯ୍ୟ କରୁଥାଆନ୍ତି, ତେବେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ।

କ‌ଂଗ୍ରେସ ସଙ୍ଗଠନର ଆମୂଳଚୂଳ ସଂସ୍କାର ପାଇଁ ଆହ୍ବାନ ଦେଇ ଲେଖାଯାଇଥିବା ଉକ୍ତ ଚିଠି ବିଷୟରେ ବସିଥିବା କଂଗ୍ରେସ ୱାର୍କିଙ୍ଗ୍ କମିଟି ବୈଠକରେ ଆଜାଦ ଏହି କୈଫିୟତ୍ ଦେଇଛନ୍ତି।

publive-image Image Courtesy of India TV News

ଆଜାଦ୍ କହିବା ପୂର୍ବରୁ ରାହୁଳ ଗାନ୍ଧୀ ଚିଠିଟିର ସମୟ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଲେ ଯେ, ଦଳର ଅଧ୍ୟକ୍ଷା ଅସୁସ୍ଥ ଥିବା ସମୟରେ ଚିଠିଟି ପଠାଯାଇଥିଲା। ସେ ଆହୁରି ମଧ୍ୟ କହିଲେ ଯେ, ଦଳ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ସହ ଲଢୁଥିବା ବେଳେ ସେ ଚିଠିଟି ଆସିଛି।

ଚିଠିରେ କେତେକ ପୂର୍ବତନ ମୁଖ୍ୟମନ୍ତ୍ରୀ, ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟିର ସଦସ୍ୟ ଓ ସାଂସଦ କଂଗ୍ରେସ ପାର୍ଟିରେ ସୁଦୂର-ପ୍ରସାରୀ ପରିବର୍ତ୍ତନ ନିମନ୍ତେ ପ୍ରସ୍ତାବ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe