ଦେଖନ୍ତୁ ଭିଡିଓ: ରାଲି ସମୟରେ ଅସଦାଚରଣ କରିବାରୁ ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଛନ୍ତି କଂଗ୍ରେସ ନେତ୍ରୀ ଖୁସ୍‌ବୁ ସୁନ୍ଦର

Advertisment
ଦେଖନ୍ତୁ ଭିଡିଓ: ରାଲି ସମୟରେ ଅସଦାଚରଣ କରିବାରୁ ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଛନ୍ତି କଂଗ୍ରେସ ନେତ୍ରୀ ଖୁସ୍‌ବୁ ସୁନ୍ଦର

Image: Zee News

ବେଙ୍ଗାଲୁରୁ: ରାଲି ସମୟରେ ଅସଦାଚରଣ କରିଛନ୍ତି ବୋଲି କୁହାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଖୁସ୍‌ବୁ ସୁନ୍ଦର ଚାପୁଡ଼ା ମାରୁଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଟୁଇଟର୍‌ରେ ମିଳୁଥିବା ଏହି କ୍ଷୁଦ୍ର ଭିଡିଓ କ୍ଲିପ୍‌ରେ ଦେଖାଯାଉଛି କଂଗ୍ରେସ ମୁଖପାତ୍ରୀ ଜନଗହଳି ଆଡ଼େଇ ଚାଲୁଥିବା ସମୟରେ ହଠାତ୍‌ ସେ ପଛକୁ ବୁଲିପଡ଼ି ଜଣେ ବ୍ୟକ୍ତିଙ୍କୁ ଚଟକଣା ମାରୁଛନ୍ତି। ପରେ ପୁଲିସ ସେ ବ୍ୟକ୍ତିଙ୍କୁ ଧରି ନେଉଛନ୍ତି।

ଭିଡିଓ କ୍ଲିପ୍‌ ଭାଇରାଲ୍‌ ହୋଇଥିଲେ ମଧ୍ୟ ଖୁସ୍‌ବୁ ନିଜ ତରଫରୁ କୌଣସି ମନ୍ତବ୍ୟ ଦେଇ ନାହାନ୍ତି, କିନ୍ତୁ ତାଙ୍କ ଅନୁଗାମୀ ଏବଂ କେତେକ ମିଡିଆ ରିପୋର୍ଟର ମନ୍ତବ୍ୟକୁ ରିଟୁଇଟ୍‌ କରିଛନ୍ତି।

ଉକ୍ତ ଘଟଣା ସଂକ୍ରାନ୍ତରେ ଅଭିନେତ୍ରୀ ରିଟୁଇଟ୍‌ କରିଥିବା ଗୋଟିଏ ଗଣମାଧ୍ୟମର ରିପୋର୍ଟ ହେଲା କେନ୍ଦ୍ରୀୟ କଂଗ୍ରେସ ପ୍ରାର୍ଥୀ ରିଜ୍‌ଓ୍ଵାନ୍‌ ଅର୍ସଦ୍‌ଙ୍କ ପାଇଁ ସେ ପ୍ରଚାର ଅଭିଯାନ ଚଳାଇଥିବା ସମୟରେ ଏକ ରୋଡ୍‌ ସୋ’ରେ ଘଟଣାଟି ଘଟିଥିଲା।

ଅସଦାଚରଣ ସହ୍ୟ ନ କରି ସାହସ ପ୍ରଦର୍ଶନ କରିଥିବାରୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ତାଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe