Congress leader gambling. Photograph: (sanbad.in)
ଚନ୍ଦାହାଣ୍ଡି: ରାଜ୍ୟ ସରକାର ବିଧାନସଭାରେ ଗେମଲିଙ୍ଗ ଆକ୍ଟକୁ ସଂଶୋଧନ କରିବା ପରେ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରୁଥିବା ଦେଖିବାକୁ ମିଳିଛି। ଏହାକୁ ବିରୋଧ କରି ଆଜି ଚନ୍ଦାହାଣ୍ଡି ସଦର ବସ୍ଷ୍ଟାଣ୍ଡ ଛକ ଠାରେ ବରିଷ୍ଠ କଂଗ୍ରେସ ନେତା କ୍ଷେମରାଜ ବାଘ ସର୍ବସାଧାରଣ ସ୍ଥାନରେ ଖୁଲମ ଖୁଲା ଜୁଆ ଖେଳାଉ ଥିବା ଦେଖିବାକୁ ମିଳିଛି। ସର୍ବସାଧାରଣ ସ୍ଥାନରେ ଖୁଡ଼ଖୁଡି ଖେଳର ପଟି ପକେଇ ନିର୍ଭୟରେ ଜୁଆ ଖେଳିବାକୁ ପଥଚାରୀଙ୍କୁ ଡାକିଥିଲେ।
ଲୋକେ ମଧ୍ୟ ହଜାର ହଜାର ଟଙ୍କା ଧରି ଜୁଆ ଖେଳି ଥିଲେ। ସୋସିଆଲ ମିଡ଼ିଆରେ ଖବର ପ୍ରଚାର ହେଲା ପରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଏଏସ୍ଆଇ ବେଣୁପାଣି ମାଝୀ ପହଞ୍ଚି ସର୍ବସାଧାରଣ ସ୍ଥାନରେ ଜୁଆ ଖେଳି ବାକୁ ମନା କରିଥିଲେ। ଜୁଆ ଖେଳ ବନ୍ଦ କରିବାକୁ କହିଥିବା ବେଳେ କଂଗ୍ରେସ ନେତା କ୍ଷେମରାଜ ବାଘ ଶୁଣି ନଥିଲେ।
ପୁଲିସକୁ ଧମକ
ପୁଲିସକୁ କଂଗ୍ରେସ ନେତା କହିଥିଲେ ଜୁଆ ଖେଳ ଆଜି ଛକରେ ହେଉଛି। ଆସନ୍ତାକାଲି ସକାଳୁ ଥାନା, ବ୍ଲକ, ତହସିଲ ସମ୍ମୁଖରେ ହେବ। ସରକାର ଜୁଆ ଖେଳିବା ଲୋକଙ୍କୁ ଗିରଫ କରିପାରିବ ନାହିଁ। ଆପଣ ଆଇନ ଜାଣି ନାହାନ୍ତି, ଯାହା ବିଧାନସଭାରେ ସଂଶୋଧନ ହୋଉଛି ବୋଲି କହିଥିଲେ। ଆପଣ ଫାଇନ ପକାନ୍ତୁ ଆମେ ଫାଇନ ଦେବୁ।
ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି
ଏଏସ୍ଆଇ ଏହା ଶୁଣି ଫେରି ଯାଇଥିଲେ। ସରକାରଙ୍କ ଏହି ଭୁଲ ନୀତି ଯୋଗୁଁ ଆଗାମି ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଏବଂ ସରକାର ଏଥି ପାଇଁ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଜୁଆ ଖେଳରେ ବରିଷ୍ଠ କଂଗ୍ରେସ ନେତା ଗଗନେଶ୍ୱର ଚୌହାନ, ଯୁବ କଂଗ୍ରେସ ସଭାପତି ଗୌରୀ ଶଙ୍କର ସେଠୀ, କୃଷ୍ଣ ବାଘ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ଲୋକ ରାସ୍ତା ଯାମ କରି ଜୁଆ ଖେଳି ଥିଲେ।
ଆହୁରି ପଢ଼ନ୍ତୁ: India Vs SA : ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତ, ସିରିଜ ବିଜୟୀ
Follow Us