କଂଗ୍ରେସ‌େର ମିଶ୍ରଣ ପର୍ବ

Advertisment
କଂଗ୍ରେସ‌େର ମିଶ୍ରଣ ପର୍ବ

ଭୁବନେଶ୍ବର : ବୌଦ୍ଧ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ନବକୁମାର ମିଶ୍ରଙ୍କ ନେତୃତ୍ବ‌େର ଏହି କର୍ମୀମାନେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନା‌ୟକଙ୍କ ଦୃଢ଼ ନେତୃତ୍ବ ଉପରେ ଆସ୍ଥା‌ ପ୍ରକଟ କରି କଂଗ୍ରେସରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ସ୍ବାଗତ କରିବା ସହ ବୌଦ୍ଧ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ମିଶ୍ରଣ ପର୍ବରେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ସୁଧୀର ମହାକୁଡ଼, ସୀମାଞ୍ଚଳ ଆଚାର୍ଯ୍ୟ, ବୌଦ୍ଧ ଜିଲ୍ଲା କଂଗ୍ରେସ ପ୍ରଭାରୀ ଚନ୍ଦ୍ର ଶେଖର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପିସିସି ସମ୍ପାଦକ ତଥା ପ୍ରବକ୍ତା ପଦ୍ମାକର ଗୁରୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe